24 ଘଣ୍ଟାରେ 38 ହଜାର 617 ଆକ୍ରାନ୍ତ, 474 ମୃତ

Published: Nov 18, 2020, 10:28 am IST

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଗ୍ରାଫ ତଳମୁହାଁ ହୋଇଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ଥମିବାର ନାମ ନେଉନାହିଁ । ଦେଶରେ ବିଗତ 24 ଘଣ୍ଟା ମଧ୍ୟରେ 38 ହଜାର 617ଟି ନୂତନ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ 6396 ନୂତନ ମାମଲା ସାମ୍ନାକୁ ଆସିଛି ।  ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 89 ଲକ୍ଷ 12 ହଜାର 907ରେ ପହଞ୍ଚିଥିବା ବେଳେ 83 ଲକ୍ଷ 35 ହଜାର 109ଜଣ ସୁସ୍ଥ ହୋଇଛନ୍ତି । 24 ଘଣ୍ଟା ମଧ୍ୟରେ 474ଟି ନୂତନ ମୃତ୍ୟୁ  ହୋଇଥିବା ବେଳେ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 30 ହଜାର 993ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 44ହଜାର 739 ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 46 ହଜାର 805 ରେ ପହଞ୍ଚିଛି ।

ଦେଶରେ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ଦିଲ୍ଳୀରେ ବିଗତ 24ଘଣ୍ଟା ମଧ୍ୟରେ 6ହଜାର396 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦିଲ୍ଲୀରେ 99 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଦିଲ୍ଲୀରେ ସଂକ୍ରମଣ ବଢୁଥିବାରୁ ସରକାର ହଟସ୍ପଟ ଗୁଡିକରେ ଲକଡାଉନ ଲାଗୁ କରିବାର ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ ପ୍ରତି ଘଣ୍ଟାରେ ପ୍ରାୟ 4 ଜଣଙ୍କର ମୃତ୍ୟୁ ହେଉଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ପ୍ରକାଶ କରିଛନ୍ତି ।

Related posts