Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୀତିଶଙ୍କ କ୍ୟାବିନେଟରେ ନାହାନ୍ତି ଜଣେ ବି ମୁସଲିମ ସଦସ୍ୟ
ଆଜିର ଖବର

ନୀତିଶଙ୍କ କ୍ୟାବିନେଟରେ ନାହାନ୍ତି ଜଣେ ବି ମୁସଲିମ ସଦସ୍ୟ

November 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପାଟନା : ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ସହିତ ନୀତିଶ କୁମାର ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ତେବେ ନୀତିଶଙ୍କ କ୍ୟାବିନେଟରେ ଜଣେ ମଧ୍ୟ ମୁସଲିମ ମନ୍ତ୍ରୀ ନାହାନ୍ତି । ଏପରିକି ଏନଡିଏ ମେଣ୍ଟରେ ଜଣେ ହେଲେ ମୁସଲିମ ବିଧାୟକ ନାହାନ୍ତି । ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହା ପ୍ରଥମ ଥର ହେବାକୁ ଯାଉଛି । ପ୍ରଥମ ଥର ପାଇଁ କୌଣସି କ୍ୟାବିନେଟରେ ଜଣେ ହେଲେ ମୁସଲିମ ସଦସ୍ୟ ନାହାନ୍ତି ।

ଏନଡିଏ ମେଣ୍ଟରେ ବିଜେପି, ଜେଡିୟୁ, ହାମ୍ସ ଏବଂ ଭିଆଇପି ରହିଥିବା ବେଳେ କୌଣସି ଦଳରେ ଜଣେ ହେଲେ ମୁସଲିମ ବିଧାୟକ ନାହାନ୍ତି । ବିହାରର 16 ପ୍ରତିଶତ ଜନସଂଖ୍ୟା ମୁସଲିମ ହୋଇଥିବା ବେଳେ ଶାସକ ଦଳରେ ଜଣେ ମଧ୍ୟ ମୁସଲିମ ବିଧାୟକ ନରହିବା ଆଶ୍ଚର୍ଯ୍ୟଜନକ । ଚଳିତ ନିର୍ବାଚନରେ ନୀତିଶ କୁମାରଙ୍କ ଦଳ ପକ୍ଷରୁ 11 ଜଣ ମୁସଲିମ ପ୍ରାର୍ଥୀଙ୍କୁ ଟିକଟ ଦିଆଯାଇଥିଲା । ତେବେ ସମସ୍ତ ପ୍ରାର୍ଥୀ ପରାଜୟ ବରଣ କରିଥିଲେ ।

ନୀତିଶଙ୍କ ସହିତ 14 ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ଏହା ମଧ୍ୟରେ ଉଚ୍ଚ ଜାତିର ଏବଂ ପଛୁଆ ବର୍ଗର 4 ଜଣ ଲେଖାଏଁ ବିଧାୟକ ରହିଥିଲେ । ଏହା ବ୍ୟତିତ ଅତି ପଛୁଆ ବର୍ଗର 3 ଜଣ ଏବଂ ଅନୁସୂଚିତ ବର୍ଗର 3 ଜଣ ଲେଖାଏଁ ବିଧାୟକ ଶପଥ ଗ୍ରହଣ କରିଥିଲେ । କ୍ୟାବିନେଟରେ ସର୍ବାଧିକ 36 ବିଧାୟକଙ୍କୁ ସାମିଲ କରାଯାଇପାରିବ । ନିର୍ମଳ ଭାବମୂର୍ତ୍ତି ରକ୍ଷା କରିବା ଉଦେ୍ଧଶ୍ୟରେ ନୀତିଶ ଭବିଷ୍ୟତରେ ମୁସଲିମ ସମ୍ପ୍ରଦାୟର ଜଣେ ବିଧାୟକଙ୍କୁ କ୍ୟାବିନେଟରେ ସାମିଲ କରିପାରନ୍ତି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ନିର୍ବାଚନରେ ଆରଜେଡି ସର୍ବାଧିକ 75 ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି 74ଟି ଏବଂ ଜେଡିୟୁ 43 ଆସନରେ ବିଜୟୀ ହୋଇଥିଲେ । 125 ଆସନ ସହିତ ଏନଡିଏ ମେଣ୍ଟ ସରକାର ଗଠନ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.