
ଆମେରିକୀୟ ସନ୍ତରଣକାରୀ ମାଇକେଲ ଫେଲପ୍ସ ନିଜ ପ୍ରତ୍ୟାବର୍ତ୍ତନ ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ଅଲମ୍ପିକ୍ସରେ ୨୩ ଟି ସ୍ବର୍ଣ୍ଣ ପଦକ ଜିତିଥିବା ଫେଲପ୍ସ କହିଛନ୍ତି ୨୦୨୦ ଟୋକିଓ ଅଲମ୍ପିକ୍ସରେ ଭାଗନେବା ପାଇଁ ବିଭିନ୍ନ ମହଲରୁ ଅନୁରୋଧ ଆସୁଥିବା କହିଛନ୍ତି ଫେଲପ୍ସ। ୨୦୦୮ ବେଜିଂ ଅଲମ୍ପିକ୍ସରେ ୮ ରୁ ୮ ସ୍ବର୍ଣ୍ଣ ହାସଲ କରିଥିବା ବେଳେ ୨୦୧୨ ଲଣ୍ଡନ ଅଲମ୍ପିକ୍ସରେ ୪ ସ୍ବର୍ଣ୍ଣ ଏବଂ ୨୦୧୬ ରିଓ ଅଲମ୍ପିକ୍ସରେ ୫ ସ୍ବର୍ଣ୍ଣ ହାସଲ କରିଥିଲେ। ସମାନ ପ୍ରକାରର ପ୍ରଦର୍ଶନ ପାଇଁ ପରିଶ୍ରମ କରିବାକୁ ପଡିଥାଏ। ଅବସର ପରେ ବର୍ତ୍ତମାନ ପୁନର୍ବାର ପୁଲ୍ ଫେରିବା ପାଇଁ ଆବଶ୍ୟକ ଉତ୍ସାହ ନଥିବା କଥା କହିଛନ୍ତି ଫେଲପ୍ସ। ନିଜର ଅଲମ୍ପିକ୍ସ କ୍ୟାରିୟରରେ ସର୍ବାଧିକ ମେଡାଲ(୨୮), ସର୍ବାଧିକ ସ୍ବର୍ଣ୍ଣ ପଦକ (୨୩), ସର୍ବାଧିକ ବ୍ୟକ୍ତିଗତ ପଦକ (୧୬) ଏବଂ ସର୍ବାଧିକ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ (୧୩) ହାସଲର ରେକର୍ଡ ନିଜ ନାମରେ ରଖିଛନ୍ତି ଫେଲପ୍ସ।