Categories
ଆଜିର ଖବର

ମୋଦି ବାୟୋପିକ୍‌ରେ ହସ୍ତକ୍ଷେପକୁ ମନାକଲେ ସୁପ୍ରିମ୍‌କୋର୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନି ଉପରେ ଆଧାରିତ ଫିଲ୍ମକୁ ନେଇ ବିବାଦ ଥମିବାର ନାମ ନେଉନାହିଁ। ସୋମବାର ସୁପ୍ରିମକୋର୍ଟ ଏହି ଚଳଚିତ୍ରର ରିଲିଜ୍‌ ଉପରେ କୌଣସି ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି। ଆଦର୍ଶ ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ ନେଇ କଂଗ୍ରେସ କର୍ମୀ ଅମନ ପନଓ୍ବରଙ୍କ ଯାଚିକା ଉପରେ ଶୁଣାଣି କରି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଶ୍ରୀ ଗୋଗୋଇ କହିଛନ୍ତି, ଚଳଚିତ୍ରଟି ଦେଖିନାହୁଁ ତେଣୁ ଏହା ଉପରେ ମତାମତ ଦେବା ଉଚିତ୍‌ ନୁହେଁ। ପନଓ୍ବରଙ୍କ ମାମଲା ଲଢୁଥିବା ଅଭିଷେକ ମନୁ ସିଂଘଭି କହିଛନ୍ତି, ଏହା ମୋଦିଙ୍କ ପ୍ରଚାରର ଏକ ମାଧ୍ୟମ ତେଣୁ ଏହା ଉପରେ ରୋକ ଲଗାଯିବା ଆବଶ୍ୟକ। ଏହା ସହିତ ଏହି ଚଳଚିତ୍ରକୁ ବିଜେପି ନିଜର ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଥିବା ନେଇ ମନୁଙ୍କ ଅଭିଯୋଗ ପରେ ମନୁଙ୍କୁ ଚଳଚିତ୍ରଟି ଦେଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚଳଚିତ୍ରଟି ଦେଖିସାରିବା ପରେ କେଉ ଁସ୍ଥାନରେ ଆଚରଣ ବିଧି ଉଲ୍ଲଘଂନ ହେଇଛି କହିବା ପରେ କୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ଲୋକସଭା ନିର୍ବାଚନ ଲଢିବାକୁ ମନା କଲେ ସୁମିତ୍ରା ମହାଜନ

ଚଳିତ ଥର ନିର୍ବାଚନ ନ ଲଢିବା ନେଇ ଘୋଷଣା କଲେ ସୁମିତ୍ରା ମହାଜନ। ନିର୍ବାଚନ ନଲଢ଼ିବାକୁ ବିଜେପି ସଭାପତିଙ୍କୁ ଲିଖିତ ଭାବେ ଜଣାଇଛନ୍ତି ସୁମିତ୍ରା। ଇନ୍ଦୋରରୁ ନୂଆ ପ୍ରାର୍ଥୀ ଦେବାକୁ ସଭାପତିଙ୍କୁ କହିଲେ ସୁମିତ୍ରା। ଇନ୍ଦୋର ଲୋକସଭା ଆସନରୁ  ଲଢୁଥିବା ସୁମିତ୍ରା ମହାଜନ ଚଳିତ ଥର ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏହି ଆସନରୁ ନୂଆ ପ୍ରାର୍ଥୀ ଘୋଷଣା କରିବାକୁ ସଭାପତିଙ୍କୁ କହିଛନ୍ତି। ଚଳିତ ଥର ୭୫ ବର୍ଷ ବୟସରୁ ଅଧିକ ପ୍ରାର୍ଥୀଙ୍କୁ ବିଜେପି ଟିକେଟ ଦେଉନାହିଁ। ଏହି ପ୍ରସଙ୍ଗରେ ବିଜେପି ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଶୀଙ୍କ ଟିକେଟ କାଟିଥିବାବେଳେ ସୁମିତ୍ରା ମହାଜନଙ୍କୁ ଟିକେଟକୁ ନେଇ କିଛି ସ୍ପଷ୍ଟ କରିନଥିଲା  ତେବେ ଏନେଇ ସୁମିତ୍ରା ଦଳ ସଭାପତିଙ୍କୁ ଚିଠି ଲେଖିବା ସହିତ ମୁକ୍ତ ଭାବରେ ଇନ୍ଦୋର ଆସନରୁ ପ୍ରାର୍ଥୀ ଚୟନ କରିବା ପାଇଁ କହିଛନ୍ତି। ଚଳିତଥର ଲାଲକୃଷ୍ଣ ଆଡଭାନୀଙ୍କ ଆସନ ଗାନ୍ଧିନଗରରୁ ଦଳର ରାଷ୍ଟ୍ରୀୟ ସଭାପତି ଅମିତ୍‌ ଶାହାଙ୍କୁ ଟିକେଟ ଦିଆଯାଇଥିବାବେଳେ ମୂରଲୀ ମନୋହର ଯୋଶୀଙ୍କ ଆସନ କାନପୁରରୁ  ସତ୍ୟଦେବ ପଚୌରୀଙ୍କୁ ଟିକେଟ ଦିଆଯାଇଛି। ତେବେ ସୁମିତ୍ରାଙ୍କ ଆସନ ଇନ୍ଦୋରରୁ କାହାକୁ ଟିକେଟ ଦିଆଯାଉଛି, ତାହା ଦେଖିବାକୁ ବାକି ରହିଲା।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ଟିକେଟ ପାଇ ମଧ୍ୟ ନିର୍ବାଚନ ଲଢିବେନି ପୃଥ୍ବୀବଲ୍ଲଭ

ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଆସନ୍ତା ୧୧ ତାରିଖରେ ହେବାକୁ ଥିବାବେଳେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ କରାଗଲାଣି। ତେବେ ଓଡ଼ିଶାରେ ରାଜନୈତିକ ଦଳମାନଙ୍କରେ ଟିକେଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଦେଖାଯାଉଥିବାବେଳେ କଂଗ୍ରେସରେ ଆଜି ଏକ ବ୍ୟତିକ୍ରମ ଦେଖାଦେଇଛି।  ଟିକେଟ ପାଇ ମଧ୍ୟ ଏଥର ନିର୍ବାଚନ ଲଢ଼ିବେନି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକ। ବେଗୁନିଆରୁ ପୃଥ୍ବୀଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ ତେବେ ବ୍ୟକ୍ତିଗତ କାରଣରୁ ନିର୍ବାଚନ ଲଢ଼ିବେନି ବୋଲି କହିଛନ୍ତି ପୃଥ୍ବୀ, ଏହି ବିଷୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି। ବେଶ୍‌ କିଛିଦିନ ଧରି ପୃଥ୍ବୀ ବେଗୁନିଆରୁ ନିର୍ବାଚନ ଲଢିବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏନେଇ ସେ ସିଧାସଳଖ ସୂଚନା ମଧ୍ୟ ଦେଇଥିଲେ। ତେବେ ନିର୍ଣ୍ଣାୟକ ମୁହୂର୍ତ୍ତରେ ପୃଥ୍ବୀ ଟିକେଟ ପାଇ ମଧ୍ୟ ନିର୍ବାଚନ  ନ ଲଢିବାର ନିଷ୍ପତ୍ତି ନେବା ପରେ ଏବେ ବେଗୁନିଆରେ କଂଗ୍ରେସର ସମୀକରଣ କ’ଣ ହେବ, ତାହା ଦେଖିବାକୁ ବାକି ରହିଲା।

Categories
ଆଜିର ଖବର

ହାର୍ଦ୍ଦିକ୍‌ଙ୍କ ମାମଲାର ତୁରନ୍ତ ଶୁଣାଣି ପାଇଁ ମନାକଲେ ସୁପ୍ରିମ୍‌କୋର୍ଟ

ପଟିଦାର ଆନ୍ଦୋଳନରୁ କଂଗ୍ରେସ ନେତା ହୋଇଥିବା ହାର୍ଦ୍ଦିକ୍‌ ପଟେଲଙ୍କ ଆବେଦନ ଉପରେ ତୁରନ୍ତ ବିଚାର କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି। ଗତକାଲି ହାର୍ଦ୍ଦିକ ପଟେଲ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ନିର୍ବାଚନ ଲଢିବା ନେଇ ଗୁଜୁରାତ ହାଇକୋର୍ଟ କଟକଣା ଜାରି କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ  ହୋଇଥିଲେ ହାର୍ଦ୍ଦିକ୍‌। ଦଙ୍ଗା ଉସକାଇବା ମାମଲାରେ ହାର୍ଦ୍ଦିକଙ୍କ ଦଣ୍ଡାଦେଶକୁ କମ୍‌ କରିବାକୁ ହାଇକୋର୍ଟ ମନା କରିଦେଇଥିଲେ। ମାମଲାର ତ୍ବରିତ ଶୁଣାଣି ହୋଇପାରିବ ନାହିଁ ବୋଲି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ନିଷ୍ପତ୍ତି ନେଇଛନ୍ତି। ଗତକାଲି ହାର୍ଦ୍ଦିକଙ୍କ ପକ୍ଷରୁ ଏକ ଯାଚିକା ଦାଖଲ କରାଯାଇଥିଲା। ଗୁଜରାତର ଜାମନଗର ନିମନ୍ତେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ୍‌ ୪ ତାରିଖ ଶେଷ ତାରିଖ ରହିଥିବାରୁ ହାର୍ଦ୍ଦିକଙ୍କ ନିର୍ବାଚନ ଲଢିବା ସମ୍ଭାବନା କ୍ଷୀଣ ରହିଛି। ଶ୍ରୀ ଗୋଗୋଇ କହିଛନ୍ତି, ନିୟମ ଅନୁଯାୟୀ ହାର୍ଦ୍ଦିକଙ୍କ ମାମଲାର ବିଚାର ଆସନ୍ତା ସପ୍ତାହ ସୁଦ୍ଧା ହେବ। ଏହି ମାମଲା ଉପରେ ନିଜର ମନ୍ତବ୍ୟ ରଖି ହାର୍ଦ୍ଦିକ୍‌ କହିଛନ୍ତି, ୨୦୧୫ ବିଶ୍‌ପୁର ଦଙ୍ଗାରେ ତାଙ୍କ ନାମରେ ଯାହା ମାମଲା ରୁଜୁ ହୋଇଛି ଏହା ବିଜେପିର ଷଡଯନ୍ତ୍ରର ଅଂଶବିଶେଷ। ସାଧାରଣ ଜନତାଙ୍କ ସ୍ବରକୁ ଦବାଇବା ପାଇଁ ଗୁଜରାତରେ ସରକାର ନେଉଥିବା ନିଷ୍ପତ୍ତି ସରକାରଙ୍କ ପାଇଁ ବୁମେରାଂ ହେବ ବୋଲି ହାର୍ଦ୍ଦିକ କହିଛନ୍ତି।

Categories
ଆଜିର ଖବର

ହାର୍ଦ୍ଦିକଙ୍କୁ ଝଟ୍‌କା : ଲଢିପାରିବେନି ନିର୍ବାଚନ

ପଟିଦାର ସମ୍ପ୍ରଦାୟର କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଆଗାମୀ ଲୋକ ସଭା ନିର୍ବାଚନ ଲଢ଼ିପାରିବେ ନାହିଁ। ଦଙ୍ଗା ଉସକାଇବା ମାମଲାରେ ହାର୍ଦ୍ଦିକଙ୍କ ଦଣ୍ଡାଦେଶକୁ କମ୍‌ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ନିର୍ବାଚନ ଲଢ଼ିବା ପାଇଁ ହାର୍ଦ୍ଦିକ ନିଜର ଦଣ୍ଡାଦେଶକୁ କମ୍‌ କରିବା ପାଇଁ ଗୁଜୁରାଟ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ଏହି ମାମଲାର ଶୁଣାଣି କରି କୋର୍ଟ ହାର୍ଦ୍ଦିକଙ୍କ ଆବେଦନକୁ ଖାରଜ କରିଦେଇଥିବା ଜଣାପଡିଛି। ଅପରପକ୍ଷରେ ଅଭିଯୁକ୍ତ ସାବ୍ୟସ୍ତ ହେବା ପରେ ନିର୍ବାଚନ ଲଢ଼ିବା ନେଇ ହାର୍ଦ୍ଦିକଙ୍କ ଉପରେ ଏବେ ରୋକ ଲଗାଯାଇଛି। କିଛି ଦିନ ତଳେ ପାଟିଦାର ନେତା ହାର୍ଦ୍ଦିକ ପଟେଲ କଂଗ୍ରେସରେ ସାମିଲ ହୋଇଥିବା ବେଳେ ସେ ଗୁଜୁରାଟର ଜାମନଗରରୁ ନିର୍ବାଚନ ଲଢ଼ିଥାନ୍ତେ।   ଭାରତୀୟ ସମ୍ବିଧାନର ଧାରା ୧୯୫୧ ଅନୁଯାୟୀ ହାର୍ଦ୍ଦିକ ଚଳିତ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରିବେ ନାହିଁ । ୨୦୧୫ ମେହସାଣାର ବିସନଗରରେ ଦଙ୍ଗା ଉସକାଇବା ମାମଲାରେ ହାଇକୋର୍ଟ ତାଙ୍କୁ ୨ବର୍ଷର ଦଣ୍ଡାଦେଶ ଶୁଣାଇଥିବା ବେଳେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୧୨ ମାର୍ଚ୍ଚ ୨୦୧୯ରେ ହାର୍ଦ୍ଦିକ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ।

Categories
ଆଜିର ଖବର

ପ୍ରତ୍ୟାବର୍ତ୍ତନ ସମ୍ଭାବନାକୁ ଖଣ୍ଡନ କଲେ ଫେଲପ୍ସ

ଆମେରିକୀୟ ସନ୍ତରଣକାରୀ ମାଇକେଲ ଫେଲପ୍ସ ନିଜ ପ୍ରତ୍ୟାବର୍ତ୍ତନ ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ଅଲମ୍ପିକ୍ସରେ ୨୩ ଟି ସ୍ବର୍ଣ୍ଣ ପଦକ ଜିତିଥିବା ଫେଲପ୍ସ କହିଛନ୍ତି ୨୦୨୦ ଟୋକିଓ ଅଲମ୍ପିକ୍ସରେ ଭାଗନେବା ପାଇଁ ବିଭିନ୍ନ ମହଲରୁ ଅନୁରୋଧ ଆସୁଥିବା କହିଛନ୍ତି ଫେଲପ୍ସ। ୨୦୦୮ ବେଜିଂ ଅଲମ୍ପିକ୍ସରେ ୮ ରୁ ୮ ସ୍ବର୍ଣ୍ଣ ହାସଲ କରିଥିବା ବେଳେ ୨୦୧୨ ଲଣ୍ଡନ ଅଲମ୍ପିକ୍ସରେ ୪ ସ୍ବର୍ଣ୍ଣ ଏବଂ ୨୦୧୬ ରିଓ ଅଲମ୍ପିକ୍ସରେ ୫ ସ୍ବର୍ଣ୍ଣ ହାସଲ କରିଥିଲେ। ସମାନ ପ୍ରକାରର ପ୍ରଦର୍ଶନ ପାଇଁ ପରିଶ୍ରମ କରିବାକୁ ପଡିଥାଏ। ଅବସର ପରେ ବର୍ତ୍ତମାନ ପୁନର୍ବାର ପୁଲ୍‌ ଫେରିବା ପାଇଁ ଆବଶ୍ୟକ ଉତ୍ସାହ ନଥିବା କଥା କହିଛନ୍ତି ଫେଲପ୍ସ। ନିଜର ଅଲମ୍ପିକ୍ସ କ୍ୟାରିୟରରେ ସର୍ବାଧିକ ମେଡାଲ(୨୮), ସର୍ବାଧିକ ସ୍ବର୍ଣ୍ଣ ପଦକ (୨୩), ସର୍ବାଧିକ ବ୍ୟକ୍ତିଗତ ପଦକ (୧୬) ଏବଂ ସର୍ବାଧିକ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ (୧୩) ହାସଲର ରେକର୍ଡ ନିଜ ନାମରେ ରଖିଛନ୍ତି ଫେଲପ୍ସ।

Categories
ଆଜିର ଖବର

ନିର୍ବାଚନ ଲଢିବାକୁ ମନା କଲେ ସୁବାସ : ବିଜେପିରୁ ଧର୍ମେନ୍ଦ୍ରଙ୍କୁ ଲଢିବାକୁ ଦେଲେ ପରାମର୍ଶ

ବରଗଡ଼ ଲୋକସଭା ଆସନରୁ ବରିଷ୍ଠ ବିଜେପି ନେତା ସୁବାସ ଚୌହାନଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରି ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ସେ କହିଛନ୍ତି।  ସୁବାସ ଚୌହାନ ଗତଥର ବିଜେପି ଟିକେଟ୍‌ରେ ବରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ ମଧ୍ୟ ବିପୁଳ ଜନସମର୍ଥନ ପାଇଥିଲେ। କିନ୍ତୁ ଦଳ ଏଥର ଟିକେଟ୍ କାଟିଦେବା ପରେ ସେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି। କିନ୍ତୁ ସଂଗଠନରେ ରହି ଲୋକଙ୍କ ସେବା କରିବେ ବୋଲି ସେ କହିଛନ୍ତି। ତେବେ ବିଜେପୁରରୁ ଲଢିବାକୁ ସୁବାସ ଚୌହାନଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ଏହି ଆସନରୁ ଲଢିବାକୁ ମନା କରିଛନ୍ତି। ଚଳିତ ଥର ବିଜେପୁରର ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଛନ୍ତି। ତେଣୁ ଏହି ଆସନରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲଢିବାକୁ ସେ କହିଛନ୍ତି।

Categories
ଆଜିର ଖବର

‘ଚୌକିଦାର’କୁ ନେଇ ପୁଣି ବିବାଦରେ ଫଶିଲେ ସ୍ବାମୀ

‘ଚୌକିଦାର’କୁ ନେଇ ଜାତୀୟ ରାଜନୀତି ଏବେ ବେଶ୍‌ ସରଗରମ୍‌। କଂଗ୍ରେସ ‘ଚୌକିଦାର ଚୋର୍‌ ହୈ’ ନାରା ଲଗାଉଥିବାବେଳେ ଏହି ନାରାକୁ ବିଜେପି ତା’ର ନିର୍ବାଚନୀ ଆୟୁଧ କରିଛି। ‘ମେ ଭି ଚୌକିଦାର’ର ଅଭିଯାନ ଆରମ୍ଭ କରି ନିର୍ବାଚନ ପ୍ରଚାର କରୁଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଜେପିର ପ୍ରାୟ ସମସ୍ତେ ବରିଷ୍ଠ ଟୁଇଟର୍‌ ଆକାଉଣ୍ଟରେ ନିଜ ନାମ ଆଗରୁ ଚୌକିଦାରକୁ ଯୋଡ଼ିଛନ୍ତି।  ତେବେ ଏହି ଚୌକିଦାରକୁ ନିଜ ନାମରେ ଯୋଡ଼ିବା ପ୍ରସଙ୍ଗରେ ବୟାନ ଦେଇ ସୁବ୍ରମଣ୍ୟମ୍‌ ସ୍ବାମୀ ପୁଣି ଥରେ ବିବାଦରେ ପଶିଛନ୍ତି। ନିକଟରେ ସେ ସାକ୍ଷାତକାରରେ ଏହି ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ସେ ଜଣେ ବ୍ରାହ୍ମଣ। ସେ କଦାପି ଚୌକିଦାର ହୋଇପାରିବେ ନାହିଁ। ସେ କେବଳ ଆଦେଶ ଦେବେ, ଚୌକିଦାରମାନେ ତାକୁ ପାଳନ କରିବେ। ଏହି ସାକ୍ଷାତକାରଟି ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହେବା ପରେ ସ୍ବାମୀଙ୍କ ଜାତିବାଦ ଚିନ୍ତାଧାରା ପାଇଁ ତାଙ୍କୁ ଓ ଦଳକୁ ସମାଲୋଚନା କରାଯାଇଛି। ଡିଏମ୍‌କେର ମୁଖପାତ୍ର ମନୁରାଜ ଏସ୍‌ . ସୁବ୍ରମଣଞମ୍‌ ସ୍ବାମୀଙ୍କୁ ସମାଲୋଚନା କରି ସ୍ବାମୀଙ୍କ ମନ୍ତବ୍ୟ  ଲଜ୍ଜାଜନକ ବୋଲଇ କହିଛନ୍ତି।

Categories
ଆଜିର ଖବର

ଆାଇପିଏଲରେ ପ୍ରସାରିତ ହେବନି ରାଜନୈତିକ ବିଜ୍ଞାପନ

ଆସନ୍ତା ମାର୍ଚ୍ଚ ୨୩ରୁ ଆରମ୍ଭ ହେବାକୁ ଯାଉଥିବା କ୍ରିକେଟ ମହାକୁମ୍ଭ ଆଇପିଏଲ୍‌ରେ କୌଣସି ରାଜନୈତିକ ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ପ୍ରସାରଣ ଅଧିକାର ହାସଲ କରିଥିବା ଷ୍ଟାର ଇଣ୍ଡିଆ ପକ୍ଷରୁ ଏନେଇ ବିସିସିଆଇକୁ ଅନୁରୋଧ କରାଯାଇଥିଲେ ମଧ୍ୟ ବିସିସିଆଇ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏ ନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, ବୋର୍ଡ଼ ସଦାସର୍ବଦା ଏହାର ନିୟମ ପାଳନ କରିଥାଏ। କୌଣସି ପ୍ରକାରର ରାଜନୈତିକ କିମ୍ବା ଧାର୍ମିକ ବିଜ୍ଞାପନ କୌଣସି ଦ୍ବିପାକ୍ଷିକ, ଆନ୍ତର୍ଜାତୀୟ କିମ୍ବା ଘରୋଇ ମ୍ୟାଚ୍‌ରେ ପ୍ରଦର୍ଶନ କରାଯିବ ନାହିଁ। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଲୋକସଭା ନିର୍ବାଚନ ସମୟରେ ହିଁ  ଆଇପିଏଲ୍‌ ଖେଳାଯାଉଛି।