ଲୋକସଭା ନିର୍ବାଚନ ଲଢିବାକୁ ମନା କଲେ ସୁମିତ୍ରା ମହାଜନ

Published: Apr 5, 2019, 3:46 pm IST
Sumitra Mahajan says she won’t contest Lok Sabha polls

ଚଳିତ ଥର ନିର୍ବାଚନ ନ ଲଢିବା ନେଇ ଘୋଷଣା କଲେ ସୁମିତ୍ରା ମହାଜନ। ନିର୍ବାଚନ ନଲଢ଼ିବାକୁ ବିଜେପି ସଭାପତିଙ୍କୁ ଲିଖିତ ଭାବେ ଜଣାଇଛନ୍ତି ସୁମିତ୍ରା। ଇନ୍ଦୋରରୁ ନୂଆ ପ୍ରାର୍ଥୀ ଦେବାକୁ ସଭାପତିଙ୍କୁ କହିଲେ ସୁମିତ୍ରା। ଇନ୍ଦୋର ଲୋକସଭା ଆସନରୁ  ଲଢୁଥିବା ସୁମିତ୍ରା ମହାଜନ ଚଳିତ ଥର ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏହି ଆସନରୁ ନୂଆ ପ୍ରାର୍ଥୀ ଘୋଷଣା କରିବାକୁ ସଭାପତିଙ୍କୁ କହିଛନ୍ତି। ଚଳିତ ଥର ୭୫ ବର୍ଷ ବୟସରୁ ଅଧିକ ପ୍ରାର୍ଥୀଙ୍କୁ ବିଜେପି ଟିକେଟ ଦେଉନାହିଁ। ଏହି ପ୍ରସଙ୍ଗରେ ବିଜେପି ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଶୀଙ୍କ ଟିକେଟ କାଟିଥିବାବେଳେ ସୁମିତ୍ରା ମହାଜନଙ୍କୁ ଟିକେଟକୁ ନେଇ କିଛି ସ୍ପଷ୍ଟ କରିନଥିଲା  ତେବେ ଏନେଇ ସୁମିତ୍ରା ଦଳ ସଭାପତିଙ୍କୁ ଚିଠି ଲେଖିବା ସହିତ ମୁକ୍ତ ଭାବରେ ଇନ୍ଦୋର ଆସନରୁ ପ୍ରାର୍ଥୀ ଚୟନ କରିବା ପାଇଁ କହିଛନ୍ତି। ଚଳିତଥର ଲାଲକୃଷ୍ଣ ଆଡଭାନୀଙ୍କ ଆସନ ଗାନ୍ଧିନଗରରୁ ଦଳର ରାଷ୍ଟ୍ରୀୟ ସଭାପତି ଅମିତ୍‌ ଶାହାଙ୍କୁ ଟିକେଟ ଦିଆଯାଇଥିବାବେଳେ ମୂରଲୀ ମନୋହର ଯୋଶୀଙ୍କ ଆସନ କାନପୁରରୁ  ସତ୍ୟଦେବ ପଚୌରୀଙ୍କୁ ଟିକେଟ ଦିଆଯାଇଛି। ତେବେ ସୁମିତ୍ରାଙ୍କ ଆସନ ଇନ୍ଦୋରରୁ କାହାକୁ ଟିକେଟ ଦିଆଯାଉଛି, ତାହା ଦେଖିବାକୁ ବାକି ରହିଲା।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Related posts