ମୋଦି ବାୟୋପିକ୍‌ରେ ହସ୍ତକ୍ଷେପକୁ ମନାକଲେ ସୁପ୍ରିମ୍‌କୋର୍ଟ

Published: Apr 8, 2019, 6:04 pm IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନି ଉପରେ ଆଧାରିତ ଫିଲ୍ମକୁ ନେଇ ବିବାଦ ଥମିବାର ନାମ ନେଉନାହିଁ। ସୋମବାର ସୁପ୍ରିମକୋର୍ଟ ଏହି ଚଳଚିତ୍ରର ରିଲିଜ୍‌ ଉପରେ କୌଣସି ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି। ଆଦର୍ଶ ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ ନେଇ କଂଗ୍ରେସ କର୍ମୀ ଅମନ ପନଓ୍ବରଙ୍କ ଯାଚିକା ଉପରେ ଶୁଣାଣି କରି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଶ୍ରୀ ଗୋଗୋଇ କହିଛନ୍ତି, ଚଳଚିତ୍ରଟି ଦେଖିନାହୁଁ ତେଣୁ ଏହା ଉପରେ ମତାମତ ଦେବା ଉଚିତ୍‌ ନୁହେଁ। ପନଓ୍ବରଙ୍କ ମାମଲା ଲଢୁଥିବା ଅଭିଷେକ ମନୁ ସିଂଘଭି କହିଛନ୍ତି, ଏହା ମୋଦିଙ୍କ ପ୍ରଚାରର ଏକ ମାଧ୍ୟମ ତେଣୁ ଏହା ଉପରେ ରୋକ ଲଗାଯିବା ଆବଶ୍ୟକ। ଏହା ସହିତ ଏହି ଚଳଚିତ୍ରକୁ ବିଜେପି ନିଜର ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଥିବା ନେଇ ମନୁଙ୍କ ଅଭିଯୋଗ ପରେ ମନୁଙ୍କୁ ଚଳଚିତ୍ରଟି ଦେଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚଳଚିତ୍ରଟି ଦେଖିସାରିବା ପରେ କେଉ ଁସ୍ଥାନରେ ଆଚରଣ ବିଧି ଉଲ୍ଲଘଂନ ହେଇଛି କହିବା ପରେ କୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Related posts