Categories
ଆଜିର ଖବର

ସାଇନା ନେହ୍ବାଲ ବାୟୋପିକ୍‌ରେ କୋଚ୍‌ ଭୂମିକାରେ ମାନବ କୌଲ୍‌

ସାଇନା ନେହ୍ବାଲଙ୍କ ବାୟୋପିକ୍‌ରେ ସାଇନାଙ୍କ କୋଚ୍‌ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ତୁହ୍ମାରୀ ସୁଲୁ ଫେମ୍‌ ମାନବ କୌଲ୍‌। ସାଇନା ନେହ୍ବାଲଙ୍କ ପିଲା ଦିନର କୋଚ୍‌ ଇଶାନ୍‌ ନକ୍‌ଭୀ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି କୌଲ୍‌। ସାଇନାଙ୍କ ଅଦ୍ଭୂତପୂର୍ବ କ୍ୟାରିୟରରେ ନକ୍‌ଭୀଙ୍କ ଅବଦାନକୁ ଫିଲ୍ମରେ ଦେଖିବାକୁ ମିଳିବ। ସାଇନାଙ୍କ କୋଚ୍‌ ହିସାବରେ ବିମଳ କୁମାର ଏବଂ ପୁଲେଲେ ଗୋପୀଚାନ୍ଦଙ୍କୁ ସମସ୍ତେ ଜାଣିଥିଲେ ମଧ୍ୟ ନକ୍‌ଭୀଙ୍କ ସମ୍ପର୍କରେ କୌଣସି ତଥ୍ୟ ନାହିଁ। ନକ୍‌ଭୀଙ୍କୁ ଫିଲ୍ମର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଭାବରେ ଦେଖାଇବାକୁ ଚାହୁଁଛନ୍ତି ନିର୍ଦ୍ଦେଶକ ଆମୋଲ ଗୁପ୍ତେ। ପରିଣୀତି ଚୋପ୍ରା ସାଇନାଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ପୂର୍ବରୁ ଶ୍ରଦ୍ଧା କପୁରଙ୍କୁ ନେଇ ଚର୍ଚ୍ଚା ରହିଥିଲେ ମଧ୍ୟ ଶେଷରେ ବାଜି ମାରି ନେଇଛନ୍ତି ପରୀ।

Categories
ଆଜିର ଖବର

ମୋଦି ବାୟୋପିକ୍‌ରେ ହସ୍ତକ୍ଷେପ ପାଇଁ ମନାକଲେ ସୁପ୍ରିମ୍‌କୋର୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନି ଉପରେ ନିର୍ମିତ ବାୟୋପିକ୍‌ ଉପରେ ନିର୍ବାଚନ କମିଶନଙ୍କ ରୋକ୍‌ ଉପରେ କୌଣସି ନିର୍ଦ୍ଦେଶ ଦେବାକୁ ମନା କରିଛନ୍ତି ସୁପ୍ରିମ୍‌କୋର୍ଟ। ସୂଚନାଯୋଗ୍ୟ ଯେ, ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ଅର୍ଥାତ ମେ ୧୯ ପୂର୍ବରୁ ଏହି ଫିଲ୍ମର ରିଲିଜ୍‌ ଉପରେ ରୋକ୍‌ ଲଗାଇଛନ୍ତି ନିର୍ବାଚନ କମିଶନ। ସୁପ୍ରିମ୍‌କୋର୍ଟ କହିଛନ୍ତି ସୁପ୍ରିମ୍‌କୋର୍ଟଙ୍କ ଆଦେଶ ଅନୁଯାୟୀ ନିର୍ବାଚନ କମିଶନ ଫିଲ୍ମଟିକୁ ଦେଖି ସାରିବା ପରେ ଏହି ନିଷ୍ପତ୍ତି ନେଇଥିବାରୁ ଏହା ଉପରେ କୌଣସି କଟକଣା ଜାରି କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ଯେ, ନିର୍ବାଚନ କମିଶନଙ୍କ ଆଦେଶ ବିପକ୍ଷରେ ଫିଲ୍ମର ନିର୍ମାତାମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ମାମଲାର ଶୁଣାଣି କରି ଏହି ଆଦେଶ ଶୁଣାଇଛନ୍ତି।

Categories
ଆଜିର ଖବର

ପିଟି ଉଷା ବାୟୋପିକ୍‌ରେ କାଟ୍ରିନା

ବଲିଉଡ୍‌ରେ ବାୟୋପିକ୍‌ର ଟ୍ରେଣ୍ଡ ଚାଲିଥିବା ବେଳେ ଏହି ଧାରାରେ ସାମିଲ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌। ଅଭିନେତ୍ରୀ କାଟ୍ରିନା କୈଫ୍‌ ଭାରତୀୟ ଧାବିକା ତଥା ପଦ୍ମଶ୍ରୀ ପୁରସ୍କାର ବିଜେତା ପିଟି ଉଷାଙ୍କ ଚରିତ୍ରରେ ନଜର ଆସିବେ। ଫିଲ୍ମରେ ଉଷାଙ୍କ ବାଲ୍ୟାବସ୍ଥା, ଖେଳାଳି ଏବଂ ପ୍ରଶିକ୍ଷକ ସମୟର କାହାଣୀ ଦେଖିବାକୁ ମିଳିବ। ତାମିଲ ଏବଂ ମାଲାୟଲମ୍‌ ଚଳଚ୍ଚିତ୍ର ନିର୍ଦ୍ଦେଶକ ରେବତୀ ଏସ୍‌ ବର୍ମା ଏହି ଚଳଚିତ୍ରର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ନିକଟରେ ରେବତୀ ମୁମ୍ବାଇ ଆସି କାଟ୍ରିନାଙ୍କୁ ଫିଲ୍ମର କାହାଣୀ ଶୁଣାଇଥିଲେ। କାଟ୍ରିନାଙ୍କୁ କାହାଣୀ ପସନ୍ଦ ଆସିଥିବା ବେଳେ ସୂର୍ଯ୍ୟବଂଶୀ ପରେ ଏହି ଚଳଚିତ୍ରର କାମ ଆରମ୍ଭ କରିବେ ବୋଲି ଜଣାପଡିଛି। ଜୁନ୍‌ ୫ ତାରିଖରେ କାଟ୍ରିନା-ସଲ୍‌ମାନ ଅଭିନୀତ ଭାରତ ପରଦାକୁ ଆସିବାକୁ ଯାଉଛି।

Categories
ଆଜିର ଖବର

କେସିଆର ବାୟୋପିକ୍‌ ନିର୍ମାଣ କରିବେ ରାମ ଗୋପାଳ ବର୍ମା

ବିବାଦୀୟ ଫିଲ୍ମ ମେକର ରାମଗୋପାଳ ବର୍ମା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କାଲଭାକୁନ୍ତଲା ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଜୀବନିକୁ ନେଇ ଚଳଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ନିକଟରେ ଏନ୍‌ଟିଆରଙ୍କ ଜୀବନଦିକୁ ନେଇ ଲକ୍ଷ୍ମୀସ ଏନ୍‌ଟିଆର ନିର୍ମାଣ କରିଥିଲେ ରାମୁ। କେସିଆରଙ୍କ ବାୟୋପିକ୍‌ର ନାମ ଟାଇଗର୍‌ : ଦ ଆଗ୍ରେସିଭ୍‌ ଗାନ୍ଧୀ ରଖାଯାଇଛି। ଫିଲ୍ମରେ କେସିଆରଙ୍କ ରାଜନୈତିକ ଜୀବନ ସହିତ ତେଲେଙ୍ଗାନା ବିଭାଜନ ମଧ୍ୟ ଦେଖାଯିବ ବୋଲି ରାମୁ କହିଛନ୍ତି। ଗୁରୁବାର ରାତିରେ ଏହି ବାୟୋ ପିକ୍‌ମର ପୋଷ୍ଟର ସେୟାର କରିଛନ୍ତି ବର୍ମା। ଏହି ଚଳଚିତ୍ର ପାଇଁ ଅଭିନେତା ଏବଂ ଅଭିନେତ୍ରୀ ମନୋନୟନ ହୋଇନଥିବା ରାମୁ କହିଛନ୍ତି। ପୂର୍ବରୁ ଶଶୀକଳା ଏବଂ ଜୟଲଳିତାଙ୍କ ଉପରେ ଫିଲ୍ମ ନିର୍ମାଣ ନେଇ ରାମୁ ଘୋଷଣା କରିଥିବା ବେଳେ କେସିଆର ବାୟୋପିକ୍‌ ପରେ ଏହି ଶଶୀକଳା ଚଳଚିତ୍ର ନିର୍ମାଣ ହେବ ବୋଲି ରାମୁ ଘୋଷଣା କରିଛନ୍ତି।

Categories
ଆଜିର ଖବର

ମୋଦି ବାୟୋପିକ୍‌ରେ ହସ୍ତକ୍ଷେପକୁ ମନାକଲେ ସୁପ୍ରିମ୍‌କୋର୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନି ଉପରେ ଆଧାରିତ ଫିଲ୍ମକୁ ନେଇ ବିବାଦ ଥମିବାର ନାମ ନେଉନାହିଁ। ସୋମବାର ସୁପ୍ରିମକୋର୍ଟ ଏହି ଚଳଚିତ୍ରର ରିଲିଜ୍‌ ଉପରେ କୌଣସି ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି। ଆଦର୍ଶ ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ ନେଇ କଂଗ୍ରେସ କର୍ମୀ ଅମନ ପନଓ୍ବରଙ୍କ ଯାଚିକା ଉପରେ ଶୁଣାଣି କରି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଶ୍ରୀ ଗୋଗୋଇ କହିଛନ୍ତି, ଚଳଚିତ୍ରଟି ଦେଖିନାହୁଁ ତେଣୁ ଏହା ଉପରେ ମତାମତ ଦେବା ଉଚିତ୍‌ ନୁହେଁ। ପନଓ୍ବରଙ୍କ ମାମଲା ଲଢୁଥିବା ଅଭିଷେକ ମନୁ ସିଂଘଭି କହିଛନ୍ତି, ଏହା ମୋଦିଙ୍କ ପ୍ରଚାରର ଏକ ମାଧ୍ୟମ ତେଣୁ ଏହା ଉପରେ ରୋକ ଲଗାଯିବା ଆବଶ୍ୟକ। ଏହା ସହିତ ଏହି ଚଳଚିତ୍ରକୁ ବିଜେପି ନିଜର ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଥିବା ନେଇ ମନୁଙ୍କ ଅଭିଯୋଗ ପରେ ମନୁଙ୍କୁ ଚଳଚିତ୍ରଟି ଦେଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚଳଚିତ୍ରଟି ଦେଖିସାରିବା ପରେ କେଉ ଁସ୍ଥାନରେ ଆଚରଣ ବିଧି ଉଲ୍ଲଘଂନ ହେଇଛି କହିବା ପରେ କୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ଇନ୍ଦିରାଙ୍କ ଆତ୍ମଜୀବନୀ ପାଇଁ ଜୟଲଳିତା ପ୍ରୋଜେକ୍ଟ ଛାଡିଲେ ବିଦ୍ୟା

ଜାତୀୟ ପୁରସ୍କାର ବିଜୟିନୀ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ୍‌ଙ୍କୁ ପ୍ରଥମେ ଜୟଲଳିତାଙ୍କ ଆତ୍ମଜୀବନୀ ଅଫର କରାଯାଇଥିଲା। ମାତ୍ର ଇନ୍ଦିରା ଗାନ୍ଧୀଙ୍କ ଉପରେ ଏକ ଓ୍ବେବ୍‌ ସିରିଜ୍‌ ନିମନ୍ତେ ଅନୁବନ୍ଧିତ ହୋଇସାରିଥିବାରୁ ପ୍ରକଳ୍ପ ହାତଛଡା କରିଥିଲେ ବିଦ୍ୟା। ବିଦ୍ୟା ତାମିଲନାଡୁର ଅଟନ୍ତି ତେଣୁ ଆମ୍ମାଙ୍କ ଚରିତ୍ର ପାଇଁ ବିଦ୍ୟା ପ୍ରଥମ ଚଏସ୍‌ ରହିଥିଲେ। ମାତ୍ର ନିଜ ସ୍ବାମୀ ତଥା ୟୁଟିଭି ସିଇଓ ସିଦ୍ଧାର୍ଥ ରାୟ କପୁର ଇନ୍ଦିରା ଗାନ୍ଧୀଙ୍କ ଜୀବନି ଉପରେ ଏକ ଓ୍ବେବ୍‌ ସିରିଜ୍‌ ନିର୍ମାଣ କରୁଥିବାରୁ ବିଦ୍ୟା ଇନ୍ଦିରାଙ୍କ ଚରିତ୍ରକୁ ପ୍ରାଧାନ୍ୟ ଦେଇଥିଲେ। ଏହାପରେ ଜୟଲଳିତାଙ୍କ ଚଳଚିତ୍ରଟି କଙ୍ଗନାଙ୍କ ହାତକୁ ଯାଇଥିଲା ବୋଲି ଚଳଚିତ୍ରର ନିର୍ଦ୍ଦେଶକ ଏ ଏଲ୍‌ ବିଜୟ ପ୍ରକାଶ କରିଛନ୍ତି। ଏହି ଓ୍ବେବ୍‌ ସିରିଜ୍‌ର କାମ ନସରିବା ପର୍ଯ୍ୟନ୍ତ ବିଦ୍ୟା ଅନ୍ୟ କୌଣସି ପ୍ରକଳ୍ପକୁ ସମ୍ମତି ପ୍ରଦାନ କରିବାକୁ ଚାହୁଁ ନାହାନ୍ତି, ଏବଂ ଇନ୍ଦିରାଙ୍କ ଚାଲିଚଳଣି, କଥାବାର୍ତ୍ତା ଭାଷଣ ଦେବାର ଶୈଳୀକୁ ଶିଖୁଛନ୍ତି। ସୂଚନାଯୋଗ୍ୟ ଯେ, କିଛି ବର୍ଷ ପୂର୍ବରୁ ଏନ୍‌ ଚନ୍ଦ୍ରା ମନୀଷା କୋଇରାଲାଙ୍କୁ ନେଇ ଇନ୍ଦିରାଙ୍କ ଉପରେ ଚଳଚିତ୍ର ନିର୍ମାଣ କରିବାକୁ ଚାହୁଁଥିଲେ ଯାହାକି ସମ୍ଭବ ହୋଇ ପାରିନଥିଲା।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ଜୟଲଲିଥାଙ୍କ ଜୀବନୀରେ କଙ୍ଗନା ରଣାଓ୍ବତ

ନିକଟରେ ବଲିଉଡ୍‌ରେ ଲୋକପ୍ରିୟ ରାଜନେତାମାନଙ୍କର ଜୀବନୀ ଫିଲ୍ମ ପରଦାକୁ ଆସୁଛି। ଏହି କ୍ରମରେ ଆଉଜଣେ ଲୋକପ୍ରିୟ ରାଜନେତ୍ରୀଙ୍କ ନାମ ସାମିଲ୍‌ ହୋଇଛି। ସେ ହେଉଛନ୍ତି ତାମିଲ୍‌ନାଡୁରେ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ସୁଶ୍ରୀ ଜୟଲଳିଥା। ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ଜୀବନୀରେ ନଜର ଆସିବେ। ଏହି ଫିଲ୍ମର ଶୀର୍ଷକ ‘ଥାଲାଭି’ ରଖାଯାଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଫିଲ୍ମ ନିର୍ମାତା ଏଏଲ୍‌ ବିଜୟ। ଭାରତୀୟ ରାଜନୀତିରେ ଜୟ ଲଳିଥା ହେଉଛନ୍ତି ଜଣେ ସଫଳ ରାଜନେତ୍ରୀ। ଫିଲ୍ମ ଦୁନିଆରୁ ରାଜନୀତି ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିଛନ୍ତି ଜୟ ଲଳିଥା। ତାମିଲନିବାସୀଙ୍କ ପାଇଁ ଅମ୍ମା ରୂପେ ପରିଚିତା ଜୟଲଳିଥାଙ୍କ ଜୀବନୀର ଅନେକ ଜଣା ଅଜଣା ଘଟଣା ସମୂହ ଦର୍ଶକଙ୍କ ସାମ୍ନାକୁ ଆସିବ। ଏହି ଫିଲ୍ମଟି ଉଭୟ ତାମିଲ୍‌ ଓ ହିନ୍ଦୀ ଭାଷାରେ ରିଲିଜ୍‌ ହେବ। ହିନ୍ଦୀରେ ଏହି ଫିଲ୍ମର ଶୀର୍ଷକ ‘ଜୟା’ ରହିଛି। ଏହି ଫିଲ୍ମର କାହାଣୀ ‘ବାହୁବଳୀ ଓ ’ମଣିକର୍ଣ୍ଣିକା’ର କାହାଣୀକାର ଲେଖକ କବି ବିଜେନ୍ଦ୍ର ପ୍ରସାଦ ଲେଖିଛନ୍ତି। ତେବେ ଫିଲ୍ମଟିର ରିଲିଜ୍‌ ସମ୍ପର୍କିତ କିଛି ସୂଚନା ମିଳିପାରିନାହିଁ।

Categories
ଆଜିର ଖବର

ରିଲିଜ୍‌ ହେଲା ମୋଦିଙ୍କ ବାୟାପିକ୍‌ର ୯ଟି ଲୁକ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବଲିଉଡ୍‌ ଲୋକପ୍ରିୟ ଅଭିନେତା ବିବେକ୍‌ ଓବରୟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଜୀବନରେ ଘଟିଥିବା ସଂଘର୍ଷମୟ କାହାଣୀକୁ ଦର୍ଶଯାଇଛି। ଜଣେ ସାଧାରଣ କାର୍ଯ୍ୟକର୍ତ୍ତାରୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କର ରାଜନୈତିକ ଜୀବନକୁ ଏହି ଫିଲ୍ମରେ ଦର୍ଶାଯାଇଛି। ଏହି ପିଲ୍ମର ପ୍ରଥମ ପୋଷ୍ଟର ଜାନୁଆରି ୭ ତାରିଖରେ ରିଲିଜ୍‌ ହୋଇଥିଲା। ଆଜି ଫିଲ୍ମରେ ମୋଦିଙ୍କର ବିଭିନ୍ନ ପ୍ରକାର ଲୁକ୍‌ ଦେଖିବାକୁ ମିଳିଛି। ଏପ୍ରିଲ୍‌ ୧୨ରେ ଏହି ଫିଲ୍କକୁ ରିଲିଜ୍‌ କରାଯିବ ବୋଲି ପ୍ରସ୍ତୁତି ଚାଲିଛି। ଏହି ପିଲ୍ମକୁ ଅମଙ୍ଗ୍‌ କୁମାର ଡାଇରେକ୍ଟ କରିଛନ୍ତି। ସୁରେଶ୍‌ ଓବରୟେ ଏହାକୁ ପ୍ରଡ୍ୟୁସ୍‌ କରିଛନ୍ତି। ଏହି ଫିଲ୍ମରେ ମନୋଜ ଯୋଶୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଭୂମିକାରେ ଆସୁଛନ୍ତି। ଅଭିନେତା ବୋମନ୍‌ ଇରାନି ଲୋକପ୍ରିୟ ବିଜ୍‌ନେସ୍‌ ମ୍ୟାନ୍‌ ରତନ୍‌ ଟାଟାଙ୍କ ଭୂମିକାରେ ଦେଖାଦେବେ। ମୋଦିଙ୍କ ମା’ ଭୂମିକାରେ ଜରିନା ଓ୍ବାହାବା ଓ ତାଙ୍କ ପତ୍ନୀ ଭୂମିକାରେ ବର୍‌ଖା  ବିଷ୍ଟ୍‌ ପ୍ରମୁଖ ନଜର ଆସିବେ ।