ଟିକେଟ ପାଇ ମଧ୍ୟ ନିର୍ବାଚନ ଲଢିବେନି ପୃଥ୍ବୀବଲ୍ଲଭ

Published: Apr 3, 2019, 2:18 pm IST
pruthvi ballav pattanaik willnot contest assembly poll

ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଆସନ୍ତା ୧୧ ତାରିଖରେ ହେବାକୁ ଥିବାବେଳେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ କରାଗଲାଣି। ତେବେ ଓଡ଼ିଶାରେ ରାଜନୈତିକ ଦଳମାନଙ୍କରେ ଟିକେଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଦେଖାଯାଉଥିବାବେଳେ କଂଗ୍ରେସରେ ଆଜି ଏକ ବ୍ୟତିକ୍ରମ ଦେଖାଦେଇଛି।  ଟିକେଟ ପାଇ ମଧ୍ୟ ଏଥର ନିର୍ବାଚନ ଲଢ଼ିବେନି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକ। ବେଗୁନିଆରୁ ପୃଥ୍ବୀଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ ତେବେ ବ୍ୟକ୍ତିଗତ କାରଣରୁ ନିର୍ବାଚନ ଲଢ଼ିବେନି ବୋଲି କହିଛନ୍ତି ପୃଥ୍ବୀ, ଏହି ବିଷୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି। ବେଶ୍‌ କିଛିଦିନ ଧରି ପୃଥ୍ବୀ ବେଗୁନିଆରୁ ନିର୍ବାଚନ ଲଢିବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏନେଇ ସେ ସିଧାସଳଖ ସୂଚନା ମଧ୍ୟ ଦେଇଥିଲେ। ତେବେ ନିର୍ଣ୍ଣାୟକ ମୁହୂର୍ତ୍ତରେ ପୃଥ୍ବୀ ଟିକେଟ ପାଇ ମଧ୍ୟ ନିର୍ବାଚନ  ନ ଲଢିବାର ନିଷ୍ପତ୍ତି ନେବା ପରେ ଏବେ ବେଗୁନିଆରେ କଂଗ୍ରେସର ସମୀକରଣ କ’ଣ ହେବ, ତାହା ଦେଖିବାକୁ ବାକି ରହିଲା।

Related posts