Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ ସ୍କୁଲ ବନ୍ଦ କରି ଓଡ଼ିଶା ସରକାର ସଂବିଧାନର ୨୧(କ) ଉଲ୍ଲଂଘନ କରୁଛନ୍ତି: ଚନ୍ଦ୍ରଶେଖର ନାଇଡ଼ୁ
ଆଜିର ଖବର

ସରକାରୀ ସ୍କୁଲ ବନ୍ଦ କରି ଓଡ଼ିଶା ସରକାର ସଂବିଧାନର ୨୧(କ) ଉଲ୍ଲଂଘନ କରୁଛନ୍ତି: ଚନ୍ଦ୍ରଶେଖର ନାଇଡ଼ୁ

November 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଶିକ୍ଷା ଅଧିକାର ଆଇନ ଭାରତ ସଂସଦର ଏକ ନିୟମ ଯେଉଁଥିରେ ୬ ବର୍ଷରୁ ୧୪ ବର୍ଷ ବୟସର ପିଲାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟ ରଖାଯାଇଥିଲା। ଏହାଦ୍ୱାରା ଭାରତ ୧୩୫ଟି ଦେଶ ମଧ୍ୟରୁ ଗୋଟିଏ ହେଲା। ଆର୍‌ଟିଇ ଆକ୍ଟ ମୁକ୍ତ ଏବଂ ବାଧ୍ୟତାମୂଳକ ଶବ୍ଦଗୁଡ଼ିକୁ ଅନ୍ତର୍ଭୁକ୍ତ କରେ। ମାଗଣା ଶିକ୍ଷାର ଅର୍ଥ ହେଉଛି ଯେକୌଣସି ଶିଶୁ ତାଙ୍କ ପିତାମାତାଙ୍କ ଦ୍ୱାରା ଏକ ବିଦ୍ୟାଳୟରେ ଆଡ଼ମିଶନ ହୋଇଥିବ ଯେଉଁଠାରେ କୌଣସି ଦେୟ ପ୍ରଦାନ ହେବ ନାହିଁ। ଏହାସହ ଫ୍ରେମୱାର୍କ ଆର୍‌ଟିଆଇ ଅଧିନିୟମ ଅନୁଯାୟୀ ସଂବିଧାନର ଧାରା ୨୧(କ)ରେ ଦର୍ଶାଯାଇଥିବା ଏହି ମୌଳିକ ଶିଶୁ ଅଧିକାରକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଏକ ଆଇନଗତ ଦାୟିତ୍ୱ ନିର୍ବାହ କରେ।

ଓଡ଼ିଶାର ବିଜେଡ଼ି ସରକାର ଚଳିତ ଶିକ୍ଷାବର୍ଷରୁ ସମଗ୍ର ରାଜ୍ୟରେ ୧୪ହଜାର ୫୦୦ ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବାବେଳେ କେବଳ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ତଥା ଗଂଜାମ ଜିଲ୍ଲାରେ ୪୩୩ ସ୍କୁଲ ବନ୍ଦ ହେବାକୁ ଯାଉଛି। ଯାହା ଭାରତୀୟ ସଂବିଧାନର ୨୧(କ) ଧାରାର ଖୋଲାଖୋଲି ଉଲ୍ଲଂଘନ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଚନ୍ଦ୍ରଶେଖର ନାଇଡ଼ୁ କହିଛନ୍ତି। ସମଗ୍ର ରାଜ୍ୟରେ ଏତେ ସଂଖ୍ୟକ ସ୍କୁଲ ବନ୍ଦ ହେବା ଫଳରେ ପ୍ରାୟ ୩ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବେ ବୋଲି ଜଣାପଡ଼ିଛି।

ବର୍ତ୍ତମାନ ପରିସଂଖ୍ୟାନରୁ ଜଣାପଡ଼ିଛି ଓଡ଼ିଶାର ଲିଟରେସି ରେଟ୍ ଜାତୀୟ ହାରଠାରୁ ପଛରେ, ତେଣୁ ସାଧାରଣ ଲୋକମାନଙ୍କ ଅବଗତି ନିମନ୍ତେ ପ୍ରଭାବିତ ଛାତ୍ରଛାତ୍ରୀ ଓ କେତେ ସଂଖ୍ୟକ ଶିକ୍ଷକ ଓ ତତ୍ ସଂପର୍କିତ ମାନବ ସମ୍ବଳ ପ୍ରଭାବିତ ହେବେ ଏ ସଂପର୍କରେ ଏକ ଶ୍ୱେତପତ୍ର ରାଜ୍ୟ ସରକାର ପ୍ରକାଶ କରନ୍ତୁ ବୋଲି ଶ୍ରୀ ନାଇଡ଼ୁ ଦାବି କରିଛନ୍ତି। ସ୍କୁଲରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ମାଧ୍ୟମରେ ପୃଷ୍ଟିକର ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା, ଯାହା ଛାତ୍ରଛାତ୍ରୀଙ୍କ ସୁସ୍ଥ ସ୍ୱାସ୍ଥ୍ୟ ଗଠନରେ ମଧ୍ୟ ସହାୟକ ହେଉଥିଲା। ରାଜ୍ୟରେ ଏହି ୧୪୫୦୦ ସ୍କଲ ବନ୍ଦ ହେବା ଫଳରେ ସେସବୁ ଜମି ଓ ସ୍କଲ ଘର ରିୟଲ ଇଷ୍ଟେଟ ମାଫିଆଙ୍କ ହାତକୁ ଚାଲିଯିବର ସମ୍ଭାବନା ରହିଚି। ନଚେତ୍ ଏହା ଜୁଆ ଓ ମଦ ଆଡ୍ଡା ବନିଯିବାର ସମ୍ଭାବନା ରହିଛି। ଯାହା ଓଡ଼ିଶା ଭଳି ଶାନ୍ତ ପ୍ରିୟ ସମାଜରେ ଅରାଜକତା ସୃଷ୍ଟି କରିବା ସଂଭାବନା ରହିଛି।

ଏହା ସହିତ ରାଜ୍ୟ ସରକାରଙ୍କ ଏହିଭଳି ନିଷ୍ପତ୍ତି ଘରୋଇ ଶିକ୍ଷାନୁଷ୍ଠାନଙ୍କୁ ବେଶ୍ ଉତ୍ସାହିିତ କରିବ, ଶିକ୍ଷା କ୍ଷେତ୍ରରେ ଘରୋଇ ଶିକ୍ଷାନୁଷ୍ଠାନମାନେ ଏକାଧିକାର ସାବ୍ୟସ୍ତ କରିବେ। ତେଣୁ ଗଂଜାମ ଓ ଗଜପତି ଜିଲ୍ଲାବାସୀଙ୍କ ତରଫରୁ ଦାବି କରାଯାଉଛି ଯେ ତୁରନ୍ତ ସରକାର ଏ ସଂପର୍କିତ ଏକ ଶ୍ୱେତପତ୍ର ଜାରି କରି ସତ୍ୟ ସମସ୍ତଙ୍କୁ ଜଣାନ୍ତୁ। ଓଡ଼ିଶାବାସୀ ବାରମ୍ବାର ବିଜେଡ଼ି ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ନିରଙ୍କୁଶ କ୍ଷମତା ପ୍ରଦାନ କରିବା ପରେ ଏକ ଶିକ୍ଷିତ, ସୁନ୍ଦର, ସ୍ୱାସ୍ଥ୍ୟ, ଆର୍ଥିକ ବିକାଶ ହେବା ଭଳି ସମାଜ ଗଠନ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ନୁହେଁ କି ବୋଲି ପ୍ରଶ୍ନ ଉଠିଛି।

ଓଡିଶା ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

March 10, 2026

ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ ବୈଠକ

March 10, 2026
Latest News

ପରିବର୍ତ୍ତନଶୀଳ ବିଶ୍ୱ ବ୍ୟବସ୍ଥା: ଆନ୍ତର୍ଜାତୀୟ ରାଜନୀତିର ନୂଆ ପରିଦୃଶ୍ୟ

March 10, 2026

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026

“ଏଲପିଜି ଉତ୍ପାଦନ ବୃଦ୍ଧି କର”: କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଲେ  ସରକାର

March 10, 2026

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.