ମାଲକାନଗିରି : ଘାଟିରେ କମାଣ୍ଡର ଓଲଟି ଜଣେ ମୃତ୍ୟୁ ହୋଇଥିବାବେଳେ 10ଜଣ ଗୁରୁତର ହୋଇଛନ୍ତି । ମାଲକାନଗିରି ବଣ୍ଡାଘାଟିରେ ଯାତ୍ରୀବାହୀ କମାଣ୍ଡର ଓଲଟିପଡିଛି । ମୁଦୁଲିପଡାରୁ ଯାତ୍ରୀ ନେଇ ଖଇରପୁଟକୁ ନେଇ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଗୁରୁତରଙ୍କୁ ଖଇରପୁଟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତନାଘନା କରିଛି ।