ମୁସଲିମ ଯୁବକ ନିଜକୁ ହିନ୍ଦୁ କହି ଯୁବତୀକୁ କଲେ ବିବାହ, ତା’ପରେ କଣ ହେଲା ଜାଣନ୍ତୁ

Published: Nov 19, 2020, 3:35 pm IST

ନୋଇଡା, ନୂଆଦିଲ୍ଲୀ ନିକଟସ୍ଥ ନୋଇଡା ବୁଦ୍ଧ ନଗରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମୁସିଲମ ଯୁବକ ନିଜକୁ ହିନ୍ଦୁ ବୋଲି କହି ଜଣେ ହିନ୍ଦୁ ଯୁବତୀକୁ ବିବାହ କରିଛି। ହେଲେ ଘଟଣାଟି ଜଣାପଡିବା ପରେ ଯୁବକ ଜଣଙ୍କ ଝିଅ ଘରକୁ 25 ଲକ୍ଷ ଟଙ୍କା ମାଗିଛି। ତାହା ନ ହେଲେ ଘଟଣା ପ୍ରଘଟ କରିଦେବି ବୋଲି ଧମକ ଦେଇଛି। ଏ ନେଇ ନୋଇଡା ସେକ୍ଟର 20 ଥାନାରେ ଏକ ମାମଲା ଋଜୁ କରାଯାଇଛି।

ପୋଲିସ କହିବା ଅନୁସାରେ ନୋଇଡାର ସାହିଲ ଖାନ ନିଜକୁ ସାହିଲ ସିଂ କହି ସେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଦେଇଥିଲା। ପରେ ଯୁବତୀ ରାଜି ହେବା ପରେ ବିବାହ କରିଥିଲା। ମୁସିଲମ ଯୁବକ ଜଣକ ଜାଲ କାଗଜ ପତ୍ର କରି ନିଜକୁ ସାହିଲ ସିଂ ବୋଲି ଉଲ୍ଲେଖ କରିଛି। ଯୁବତୀ ଜଣଙ୍କ ତାହାକୁ ବିଶ୍ବାସ କରି ବିବାହ କରିଦେଇଥିଲେ। ହେଲେ ପରେ ଜଣାପଡିଥିଲା ଯେ ସେ ଜଣେ ମୁସିଲମ ଯୁବକ। ଏହାପରେ ଯୁବତୀ ଜଣଙ୍କ ତାଙ୍କୁ ଛାଡିଦେବାକୁ ନିଷ୍ପତି କରିଥିଲା। ଏହି ମାମଲା ଥାନକୁ ଯିବା ପରେ ଯୁବକ ଜଣଙ୍କ ବର୍ତ୍ତମାନ ଫେରାର ଅଛନ୍ତି।

Related posts