ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୧୯ ଜଣ କରୋନା ଆକ୍ରାନ୍ତ

Published: Nov 19, 2020, 7:22 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ସୁନ୍ଦରଗଡରୁ ସର୍ବାଧିକ ୧୪୧ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୦୨, ଖୋର୍ଦ୍ଧାରୁ ୯୫,  ଅନୁଗୁଳରୁ ୭୫, କେନ୍ଦ୍ରାପଡାରୁ ୫୯, ମୟୂରଭଞ୍ଜରୁ ୫୫, ଜଗତସିଂହପୁରରୁ ୫୦, କୋରାପୁଟରୁ ୪୧, ନୂଆପଡ଼ାରୁ ୩୯, କେନ୍ଦୁଝରରୁ ୩୭, ବରଗଡରୁ ୩୦, ପୁରୀରୁ ୨୯, ବାଲେଶ୍ବରରୁ ୨୮, ଢେଙ୍କାନାଳରୁ ୨୬, ନବରଙ୍ଗପୁରରୁ ୨୪, ବଲାଙ୍ଗିରିରୁ ୨୩, କଳାହାଣ୍ଡିରୁ ୨୨, ଯାଜପୁରରୁ ୨୧, ନୟାଗଡରୁ ୧୭, ଗଞ୍ଜାମରୁ ୧୫, ଝାରସୁଗୁଡାରୁ ୧୨, ସମ୍ବଲପୁରରୁ ୧୨, ରାୟଗଡାରୁ ୧୦, ସୋନପୁରରୁ ୧୦, କନ୍ଧମାଳରୁ ୯, ଦେବଗଡରୁ ୫, ଭଦ୍ରକରୁ ୪, ମାଲକାନଗିରିରୁ ୪, ବୌଦ୍ଧରୁ ୩, ଗଜପତିରୁ ୧ ଏବଂ ଷ୍ଟେଟ ପୁଲରୁ ୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨ ହଜାର ୭୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୧ ହଜାର ୭୮୮ ମଧ୍ୟରୁ ୭ ହଜାର ୩୪୭ ଜଣ ଚିକିତ୍ସିଧୀନ ଥିବା ବେଳେ ୧୫୯୨ ଜଣ କରୋନାରେ ମୃତ୍ୟୁବରଣ କରଛନ୍ତି।

Related posts