ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୧୦୧ ଜଣ କରୋନା ଆକ୍ରାନ୍ତ

Published: Nov 20, 2020, 8:43 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୧ ହଜାର ୧୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୦୨ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୯୬, କଟକରୁ ୮୯, ମୟୂରଭଞ୍ଜରୁ ୬୮, ବଲାଙ୍ଗିରିରୁ ୬୨, ବରଗଡରୁ ୬୦, ପୁରୀରୁ ୬୦, କଳାହାଣ୍ଡିରୁ ୫୮, ଜଗତସିଂହପୁରରୁ ୫୫, ଅନୁଗୁଳରୁ ୫୪, କେନ୍ଦ୍ରାପଡାରୁ ୪୭, ନୂଆପଡାରୁ ୪୪, କେନ୍ଦୁଝରରୁ ୪୨, ସମ୍ବଲପୁରରୁ ୩୭, ଭଦ୍ରକରୁ ୨୮, ଯାଜପୁରରୁ ୨୬, ଢେଙ୍କାନାଳରୁ ୨୩, ବାଲେଶ୍ବରରୁ ୨୨, ନୟାଗଡରୁ ୧୪, ଗଞ୍ଜାମରୁ ୧୩, ଝାରସୁଗୁଡାରୁ ୧୩, କନ୍ଧାମଳରୁ ୧୧, ନବରଙ୍ଗପୁରରୁ ୧୧, ସୋନପୁରରୁ ୧୧, କୋରାପୁଟରୁ ୧୦, ବୌଦ୍ଧରୁ ୭, ଗଜପତିରୁ ୬, ମାଲକାନଗିରିରୁ ୬, ଦେବଗଡରୁ ୪, ରାୟଗଡାରୁ ୪, ଏବଂ ଷ୍ଟେଟ ପୁଲରୁ ୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩ ହଜାର ୮୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୨ ହଜାର ୫୪୫ ମଧ୍ୟରୁ ୬ ହଜାର ୯୮୭ ଜଣ ଚିକିତ୍ସିଧୀନ ଥିବା ବେଳେ ୧୬୦୮ ଜଣ କରୋନାରେ ମୃତ୍ୟୁବରଣ କରଛନ୍ତି।

Related posts