Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ବ ରେକର୍ଡ ସହ ମାନୁ-ସୌରଭଙ୍କୁ ଏସିଆନ୍‌ ଚାମ୍ପିୟନ୍‌ସିପ୍‌ ସ୍ବର୍ଣ୍ଣ
ଆଜିର ଖବର

ବିଶ୍ବ ରେକର୍ଡ ସହ ମାନୁ-ସୌରଭଙ୍କୁ ଏସିଆନ୍‌ ଚାମ୍ପିୟନ୍‌ସିପ୍‌ ସ୍ବର୍ଣ୍ଣ

March 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
manu-saurabh won gold
manu-saurabh won gold

ଭାରତୀୟ ସୁଟର ମାନୁ ଭାକେର ଏବଂ ସୌରଭ ଚୌଧୁରୀ ମିକ୍ସଡ୍‌ ଟିମ୍‌ ବିଭାଗରେ ଏସିଆନ୍‌ ଚାମ୍ପିୟନ୍‌ସିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୧୭ ବର୍ଷୀୟା ମାନୁ ଏବଂ ୧୬ ବର୍ଷୀୟ ସୌରଭ ନିଜର ସ୍ବର୍ଣ୍ଣଯାତ୍ରା ଜାରି ରଖିବା ସହିତ ବିଗତ ଏକ ମାସ ମଧ୍ୟରେ ନିଜର ଦ୍ବିତୀୟ ଟାଇଟଲ୍‌ ହାସଲ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଉଭୟ ୭୮୪ ପଏଣ୍ଟ ସ୍କାେର କରି ବିଶ୍ବରେକର୍ଡ କରିଥିଲେ। ଋଷିଆର ଭିଟାଲିନା ବାତ୍ସାରସ୍କିନା ଏବଂ ଆର୍ଟେମ୍‌ ଚେର୍ଣ୍ଣାସୋଭ୍‌ ୟୁରୋପିଆନ୍‌ ଚାମ୍ପିୟନ୍‌ସିପ୍‌ରେ କରିଥିବା ୫ ଦିନ ପୂର୍ବ ରେକର୍ଡ ଭାଙ୍ଗିଥିଲେ ଏହି ଦୁଇ ଖେଳାଳି। ପାଞ୍ଚ ଟିମ୍‌ ବିଶିଷ୍ଟ ଫାଇନାଲ୍‌ରେ ଉଭୟ ୪୮୪.୮ ପଏଣ୍ଟ ସହିତ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। କୋରିଆର ହ୍ବାଙ୍ଗ ସିଓନଗୁଏନ୍‌ ଏବଂ କିମ୍‌ ମୋସ୍‌ ରୌପ୍ୟ ଏବଂ ଆୟୋଜକ ଦେଶର ଉ ଚିଆ ୟିଙ୍ଗ ଏବଂ କୋଉ କୁଆନ୍‌ ଟିଙ୍ଗ ବ୍ରାେଞ୍ଜ ପଦକ ହାସଲ କରିଥିଲେ। ଅନ୍ୟତମ ଭାରତୀୟ ଯୋଡି ଅନୁରାଧା ଏବଂ ଅଭିଷେକ ବର୍ମା ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ୩୭୨.୧ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଥିଲେ।

goldmedal thesamikhsya worldrecord
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କଲେ ଖୋର୍ଦ୍ଧା ଜିଲ୍ଲାପାଳ

December 29, 2025

ନୂଆବର୍ଷକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି କଲା ରେଳବାଇ

December 29, 2025

ସମ୍ବଲପୁରର ବସ୍ ମାଲିକ ସଂଘ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଲେ ସମ୍ବର୍ଦ୍ଧନା

December 29, 2025

Australia Tariff Zero: ନୂଆବର୍ଷରୁ ଅଷ୍ଟ୍ରେଲିଆକୁ ଭାରତର କାରବାର ଶୁଳ୍କ ସୀମା ଜିରୋ ହେବ

December 29, 2025
Latest News

ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥଳ ବଟଦ୍ରବ ଥାନ ପୁନର୍ବିକାଶ ପ୍ରକଳ୍ପ ଉଦଘାଟନ କଲେ ଗୃହମନ୍ତ୍ରୀ

December 29, 2025

ଲମ୍ବା ଦୂରଗାମୀ ଗାଇଡେଡ୍‌ ରକେଟ ପିନାକର ପ୍ରଥମ ଫ୍ଲାଇଟ୍‌ ଟେଷ୍ଟ ସଫଳତାପୂର୍ବକ ସମ୍ପନ୍ନ କଲା ଡିଆରଡିଓ

December 29, 2025

କେନ୍ଦ୍ର ପଞ୍ଚାୟତିରାଜ ବିଭାଗ 2025: କରିଛି କେତେ, ରଖିଛି କେତେ, ଛାଡିଛି କେତେ

December 29, 2025

ଭୁବନେଶ୍ୱର ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କଲେ ଖୋର୍ଦ୍ଧା ଜିଲ୍ଲାପାଳ

December 29, 2025

ନୂଆବର୍ଷକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି କଲା ରେଳବାଇ

December 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.