ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ରାମପୁରରୁ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ଅଧ ରାତ୍ରିରେ ଲୁଚି ଲୁଚି ନିଜ ପ୍ରେମିକାକୁ ଦେଖାକରିବାକୁ ଆସି ପ୍ରେମିକାରର ପରିବାର ହାତରେ ପଡି ନିର୍ଧୁମ ଛେଚା ଖାଇଥିଲେ । ଏପରିକି ତାଙ୍କ ପରିବାର ଲୋକେ ତାଙ୍କୁ ଏକ ବନ୍ଦ କୋଠରୀରେ ରଖିଥିଲେ । ରାତି ସାରା ନିସ୍ତୁକ ମାଡ ମାରିବା ପରେ ସକାଳୁ ସକାଳୁ ଯୁବକଙ୍କୁ ନିଜ ଘରର ଜ୍ବାଇଁ ରୂପେ ସ୍ବୀକାର କରିଥିଲେ ପରିବାର ଲୋକେ ।
ତେବେ ଯୁବକଙ୍କ ଜଣା ଧରାପଡିବା ପରେ ତାଙ୍କୁ ନିସ୍ତୁକ ମାଡ ମାରି ପୋଲିସ୍ ହାତରେ ଜିମା ଦେବାକୁ ଚାହୁଁଥିବା ଲୋକେ ହଠାତ୍ ଯୁବକକୁ ନିଜ ଜ୍ବାଇଁ ରୂପେ ସ୍ବୀକାର କରିବା କଥାଟା ବେଶ୍ ଆଶ୍ଚର୍ଯ୍ୟ କରିଛି ସମସ୍ତଙ୍କୁ ।
ମିଳିଥିବା ସୂଚନା ଅନୁସାରେ ଏପରି ଏକ ଅଜବ ଘଟଣା ରାମପୁରର ଅଜୀମନଗର ଥାନା ଅଞ୍ଚଳ ମେହନ୍ଦୀ ନଗରର ସୁମାଲୀ ଗ୍ରାମରୁ ଆସିଛି । ଏଠାରେ ରହୁଥିବା ଜଣେ ଯୁବତୀଙ୍କୁ ନଗଲୀ ଗ୍ରାମ ନିବାସୀ ଜଣେ ଯୁବକ ପ୍ରେମ ସିଂ ପ୍ରେମ କରୁଥିଲେ । ସେ ପ୍ରାୟ ସମୟରେ ନିଜ ପ୍ରେମିକାକୁ ଭେଟିବା ପାଇଁ ଲୁଚି ଲୁଚି ଯାଉଥିଲେ । ପ୍ରାୟ 12 ଟା ସମୟରେ ସେହିଦିନ ନିଜ ପ୍ରେମିକାଙ୍କ ଘର ନିକଟରେ ପହଞ୍ଚିଥିଲେ । କୌଣସି ସୂତ୍ରରୁ ପ୍ରେମିକାର ଘର ଲୋକେ ଏହା ଜାଣିବା ପରେ ପ୍ରେମିକକୁ କାବୁ କରିବା ସହିତ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ତେବେ ଘଟଣାଟି ପ୍ରଘଟ ହେବା ପରେ ଏହା ପୋଲିସ୍ରେ ଖବର ଦିଆଯାଇଥିଲା । ତେବେ ପୋଲିସ୍ ଏହି ଘଟଣାରେ ତଦନ୍ତ ଜାରି ରଖିବା ସହିତ ଉଭୟ ପକ୍ଷକୁ ଥାନାକୁ ଡକାଇ ବୁଝାଶୁଝା କରିବା ସହ ଉଭୟଙ୍କର ବିବାହ କରିଥିଲେ । ତେବେ ପ୍ରେମିକାର ଘର ମଧ୍ୟ ଯୁବକଙ୍କୁ ନିଜ ଜ୍ବାଇଁ ରୂପେ ସ୍ବୀକାର କରି ନେଇଛନ୍ତି । (ଏଜେନ୍ସି)