କୋଲକାତା : ଦେଶରେ କରୋନା ମାମଲାରେ ବୃଦ୍ଧି ଘଟୁଥିବାବେଳେ କୋଲକାତାରୁ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ କରୋନା ଆକ୍ରାନ୍ତ ବୃଦ୍ଧ କରୋନାରେ ମୃତ୍ୟୁ ହୋଇଥିବାର ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିବାବେଳେ ଶ୍ରାଦ୍ଧର ଗୋଟିଏ ଦିନ ପୂର୍ବରୁ ସେ ଘରକୁ ଫେରିଛନ୍ତି । ଏଭଳି ଏକ ଘଟଣା ପଶ୍ଚିମବଙ୍ଗର ଉତ୍ତର 24 ପ୍ରଗଣା ଅଞ୍ଚଳରେ ଘଟିଛି। ବିରାଟୀରରେ ରହୁଥିବା 75 ଶିବଦାସ ବନ୍ଦୋପାଧ୍ୟାୟଙ୍କ ପରିବାର ତାଙ୍କର ମୃତ୍ୟୁ ପରେ ଶ୍ରାଦ୍ଧ ପ୍ରସ୍ତୁତି କରିବାର ଗୋଟିଏ ଦିନ ପୂର୍ବରୁ ସେ ଫେରିଛନ୍ତି । ହସ୍ପିଟାଲରେ ହେଉଥିବା ଅବହେଳାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟ ଉତ୍ତେଜନା ଦେଖାଦେଇଛି। ହସ୍ପିଟାଲ ପକ୍ଷରୁ କିଛି ଦିନ ତଳେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତାଙ୍କ ପରିବାର ସଦସ୍ୟଙ୍କୁ ଏସମ୍ପର୍କରେ ଜଣାଇ ଦିଆଯାଇଥିଲା। କରୋନା ନିୟମ ଅନୁଯାୟୀ ଅନୁସାରେ ମୃତକଙ୍କୁ ପ୍ଲାଷ୍ଟିକ୍ ବ୍ୟାଗ୍ରେ ରଖାଯାଇଥିଲା। ପରିବାର ସଦସ୍ୟଙ୍କୁ ମୃତକଙ୍କ ମୁହଁ ଦେଖିବାର ସୁଯୋଗ ମଧ୍ୟ ଦିଆଯାଇ ନ ଥିଲା। ମୃତକଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ମାତ୍ର 10 ଦିନ ପରେ ଶିବଦାସ ଘରେ ପହଞ୍ଚିଥିବା ତାଙ୍କ ପୁତ୍ର କହିଛନ୍ତି। 13 ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବାର ହସ୍ପିଟାଲ କର୍ତ୍ତୃପକ୍ଷ ଜଣାଇଥିଲେ। ମୃତ୍ୟୁ ଘୋଷଣା ପରେ ବୃଦ୍ଧଜଣକ ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । (ଏଜେନ୍ସି)