କରୋନା ଅପଡେଟ୍‌: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪ ହଜାର ୫୯ ନୂତନ ସଂକ୍ରମିତ, ୫୧୧ ମୃତ

Published: Nov 23, 2020, 10:08 am IST

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ୫୯ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୫୧୧ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧ ଲକ୍ଷ ୩୯ ହଜାର ୮୬୬କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୩ ହଜାର ୭୩୮ରେ ପହଞ୍ଚିଛି। ସେହିପରି ଦେଶରେ ସୁସ୍ଥଙ୍କ ସଂଖ୍ୟା ୮୫ ଲକ୍ଷ ୬୨ ହଜାର ୬୪୧ ଲୋକେ ସୁସ୍ଥ ହୋଇଛନ୍ତି। ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୩ ହଜାର ୪୮୬ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

Related posts