ଆଜି ରାଜ୍ୟରୁ ସୁସ୍ଥ ହେଲେ ୯୧୩ ଜଣ କରୋନା ଆକ୍ରାନ୍ତ

Published: Nov 23, 2020, 10:11 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୯୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୧୧୮ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୧୧, କଟକରୁ ୬୬, ଅନୁଗୋଳରୁ ୬୪, ଖୋର୍ଦ୍ଧାରୁ ୬୨, ନୂଆପଡ଼ାରୁ ୫୩, ସମ୍ବଲପୁରରୁ ୪୩, ବାଲେଶ୍ୱରରୁ ୩୭, ଝାରସୁଗୁଡ଼ାରୁ ୩୬, ବରଗଡ଼ରୁ ୩୫, କେନ୍ଦ୍ରାପଡ଼ାରୁ ୩୫, ଜଗତସିଂହପୁରରୁ ୩୨, କେନ୍ଦୁଝରରୁ ୨୯, ପୁରୀରୁ ୨୬, ଯାଜପୁରରୁ ୨୨, ବଲାଙ୍ଗିରରୁ ୨୧, ଢେଙ୍କାନାଳରୁ ୧୫, କଳାହାଣ୍ଡିରୁ ୧୫, ନବରଙ୍ଗପୁରରୁ ୧୫, ଗଞ୍ଜାମରୁ ୧୪, ନୟାଗଡ଼ରୁ ୧୦, ଭଦ୍ରକରୁ ୮, କୋରାପୁଟରୁ ୮, ମାଲକାନଗିରିରୁ ୮, କନ୍ଧମାଳରୁ ୬, ସୋନପୁରରୁ ୫, ଦେବଗଡ଼ରୁ ୩, ଗଜପତିରୁ ୨, ରାୟଗଡ଼ାରୁ ୨, ବୌଦ୍ଧରୁ ୧ ଓ ଷ୍ଟେଟ୍ ପୁଲରୁ ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୬ ହଜାର ୭୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୪ ହଜାର ୬୨୯ ମଧ୍ୟରୁ ୫ ହଜାର ୨୮୦ ଜଣ ଚିକିତ୍ସିଧୀନ ଥିବା ବେଳେ ୧୬୫୭ ଜଣ କରୋନାରେ ମୃତ୍ୟୁବରଣ କରଛନ୍ତି।

Related posts