ନୂଆଦିଲ୍ଲୀ : ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 37 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 480 ଜଣଙ୍କର ମୃତ୍ୟୁ ଘଟିଛି । 37 ହଜାର 975 ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 91 ଲକ୍ଷ 77 ହଜାର 840ରେ ପହଞ୍ଚିଥିବା ବେଳେ 480 ନୂତନ ମୃତ୍ୟୁ ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 34 ହଜାର 218ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ 42 ହଜାର 314 ଜଣ ସୁସ୍ଥ ହୋଇଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା 86ଲକ୍ଷ 4 ହଜାର 355ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 38 ହଜାର 667ରେ ପହଞ୍ଚିଛି ।
ସମଗ୍ର ଦେଶରେ 480 ମୃତୁ ହୋଇଥିବା ବେଳେ ଏଥିରୁ 121 କେବଳ ଦିଲ୍ଳୀରେ ହୋଇଛି । ଦିଲ୍ଲୀରେ ବିଗତ ଏକ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ବିଗତ 24 ଘଣ୍ଟା ମଧ୍ୟରେ 4 ହଜାର 454 ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 121 ଜଣଙ୍କର ମୃତ୍ୟୁ ଘଟିଛ । ତେବେ ଦିନକୁ ଦିନ ବଢୁଥିବା ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ଦିଲ୍ଲୀବାସୀଙ୍କ ଚିନ୍ତା ବଢାଇଛି ।
ଏହି ସମୟ ମଧ୍ୟରେ ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 5 କୋଟି 91 ଲକ୍ଷ 61 ହଜାର 991ରେ ପହଞ୍ଚିଛି । 13 ଲକ୍ଷ 95 ହଜାର 999 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 3 କୋଟି 78 ଲକ୍ଷ 90 ହଜାର 856 ଜଣ ସୁସ୍ଥ ହୋଇଛନ୍ତି । ଏହା ସହିତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1କୋଟି 98 ଲକ୍ଷ 75 ହଜାର 136 ରହିଛି ।