ମୁମ୍ବାଇ: ଚଳିତ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରି ହେଉ ବା ଟେଲି ଇଣ୍ଡଷ୍ଟ୍ରି ପାଇଁ ଏକ କଳାବର୍ଷ ପାଲଟିଛି। 2020 କେତେକ ବିଶିଷ୍ଟ ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରଂଶକଙ୍କଠାରୁ ଛଡ଼ାଇନେଇଛି। ଇତିମଧ୍ୟରେ ଜଣାଶୁଣା ଟେଲି ଅଭିନେତା ତଥା ‘ଶଶୁରାଲ ସିମର କା’ ଫେମ୍ ଆଶିଷ ରୟଙ୍କ ନିଧନ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 55 ବର୍ଷ ହୋଇଥିଲା। ଦୀର୍ଘ ସମୟ ଧରି ସେ କିଡ୍ନୀ ରୋଗରେ ପୀଡ଼ିତ ଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ବଲିଉଡ୍ ଓ ଟଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି।
ଆଜି ସକାଳ 3.45 ସମୟରେ ମୁମ୍ବାଇର ଭର୍ସୋଭା ସ୍ଥିତ ପାଟଳୀପୁତ୍ରର ଫ୍ଲାଟ୍ରେ ତାଙ୍କର ମୃତ୍ୟୁ ଘଟିଛି । ସେ ବହୁତ ହିନ୍ଦୀ ଓ ହଲିଉଡ୍ ଫିଲ୍ମରେ ଡବିଂ କରି ବେଶ୍ ଲୋକପ୍ରିୟ ହୋଇଥିଲା । ‘ସୁପରମ୍ୟାନ୍ ରିଟଣ୍ଣ୍ଣସ୍’, ‘ଦ ଡାର୍କ ନାଇଟ୍’, ‘ଗର୍ଜିଅନ୍ ଅଫ୍ ଦି ଗ୍ୟାଲାକ୍ସି, ‘ଦି ଲିଜେଣ୍ଡ ଅଫ୍ ଟାର୍ଜନ୍’, ‘ଜୋକର’ ପରି ବହୁ ଲୋକପ୍ରିୟ ହଲିଉଡ୍ ଫିଲ୍ମରେ ମୁଖ୍ୟ ଚରିତ୍ରଙ୍କ ପାଇଁ ଭଏସ୍ ଦେଇଥିଲେ ।
ଆଶିଷ୍ ବଲିଉଡ୍ରେ ମଧ୍ୟ ଜଣେ ସଫଳ ଚରିତ୍ର କଳାକାର ରୂପେ ରହିଥିଲେ । ସେ ‘ବ୍ୟୋମକେଶ ବଖ୍ସୀ’, ’ବନେଗୀ ଅପନୀ ବାତ‘’, ‘ବା ବହୁ ଔର ବେବୀ’, ‘ ଏକ ରିସ୍ତା ସାଝୀଦାରୀ କା’, ’କୁଛ ରଙ୍ଗ ଏସେ ଭୀ’ ପରି ବହୁ ଲୋକପ୍ରିୟ ଧାରାବାହିକରେ କାମ କରି ପ୍ରଶଂସା ସାଉଁଟିଥିଲେ ଆଶିଷ୍ । ତେବେ ନିଜର ସ୍ବାସ୍ଥ୍ୟବସ୍ଥାଇଁ ସେ ବହୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । (ଏଜେନ୍ସି)