Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରୀନା ପାଶଓ୍ବାନଙ୍କ ରାଜ୍ୟସଭା ଟିକେଟ ପାଇଁ ମୋଦିଙ୍କ ନିକଟରେ ଦାବି କଲା ଏଲଜେପି
ଆଜିର ଖବର

ରୀନା ପାଶଓ୍ବାନଙ୍କ ରାଜ୍ୟସଭା ଟିକେଟ ପାଇଁ ମୋଦିଙ୍କ ନିକଟରେ ଦାବି କଲା ଏଲଜେପି

November 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପାଟନା : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏଲଜେପି ନେତା ରାମବିଳାଶ ପାଶଓ୍ବାନଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀଙ୍କୁ ରାଜ୍ୟସଭା ଟିକେଟ ଦେବା ପାଇଁ ଦାବି ହୋଇଛି । ରୀନା ପାଶ୍ୱାନଙ୍କୁ ରାଜ୍ୟସଭା ଟିକେଟ ଦିଆଯିବା ଉଚିତ ବୋଲି ଏଲଜେପି ମିଡିଆ ଇନଚାର୍ଜ କି୍ରଷ୍ଣା ସିଂ କଲ୍ଲୁ କହିଛନ୍ତି । ପାଶଓ୍ବାନଙ୍କ ଦେହାନ୍ତ ପରେ ଉକ୍ତ ଆସନଟି ଖାଲି ରହିଛି । ରୀମାଙ୍କୁ ପ୍ରାର୍ଥୀ କରାଯିବା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କଲ୍ଲୁ କହିଛନ୍ତି ।

ରାଜ୍ୟସଭା ଆସନଟି 8 ଅକ୍ଟୋବରରୁ ଖାଲି ରହିଛି । ଆସନ୍ତା 26 ତାରିଖରେ ଏହି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲ ପାଇଁ ଡିସେମ୍ବର 3ତାରିଖ ରଖାଯାଇଛି ।  4 ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବା ସହିତ ସାତ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିବ । ଏହାପରେ ଯଦି 1ରୁ ଅଧିକ ପ୍ରାର୍ଥୀ ରୁହନ୍ତି ତେବେ ନିର୍ବାଚନ କରାଯିବ ବୋଲି ଜଣାପଡିଛି ।

ଏହା ସହିତ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି୍ଙ୍କୁ ପତ୍ର ଲେଖିଛନ୍ତି କି୍ରଷ୍ଣା ସିଂ କଲ୍ଲୁ । ରୀନା ପାଶଓ୍ବାନଙ୍କୁ ସମର୍ଥନ ଦେବା ପାଇଁ କଲ୍ଲୁ ପତ୍ର ରେ ଉଲ୍ଲେଖ କରିଛନ୍ତି । ତେବେ ବର୍ତ୍ତମାନର ରାଜନୈତିକ ପୃଷ୍ଠଭୂମିକୁ ଦେଖିଲେ ଏହା ଅସମ୍ଭବ ମନେ ହେଉଛି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏନଡିଏ ମେଣ୍ଟରୁ ଅଲଗା ହୋଇ ଏକାକୀ ଲଢିଥିଲା ଏଲଜେପି । ଏଲଜେପି କେବଳ ଜେଡିୟୁ ବିପକ୍ଷରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ବିପକ୍ଷରେ ଜଣେ ବି ପ୍ରାର୍ଥୀ ଦେଇନଥିଲା । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଛତିଶଗଡ଼ର କାଙ୍କେରରେ ଆଇଇଡି ବିସ୍ଫୋରଣ: ତିନି ଯବାନ ସହିଦ

May 2, 2026

୪ ଦଫା ଦାବି ନେଇ ରାଜ୍ୟବ୍ୟାପି ଆନ୍ଦୋଳନ: ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଲେ ସାମ୍ବାଦିକ

May 2, 2026

ଡିଏଭି ପୋଖରୀପୁଟର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ

May 2, 2026

ମହାରାଷ୍ଟ୍ର ରାଜନୀତିରେ ଉଷ୍ମତା : ଏମଭିଏରେ ଯୋଗ ଦେଇପାରେ ଅଜିତ ପାୱାରଙ୍କ ଗୋଷ୍ଠୀ!

May 2, 2026
Latest News

ଓଡ଼ିଶାକୁ ‘ନଲେଜ୍ କ୍ୟାପିଟାଲ୍’ ଭାବେ ଗଢ଼ିବା ପାଇଁ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା

May 2, 2026

ଛତିଶଗଡ଼ର କାଙ୍କେରରେ ଆଇଇଡି ବିସ୍ଫୋରଣ: ତିନି ଯବାନ ସହିଦ

May 2, 2026

୪ ଦଫା ଦାବି ନେଇ ରାଜ୍ୟବ୍ୟାପି ଆନ୍ଦୋଳନ: ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଲେ ସାମ୍ବାଦିକ

May 2, 2026

ଡିଏଭି ପୋଖରୀପୁଟର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ

May 2, 2026

ମହାରାଷ୍ଟ୍ର ରାଜନୀତିରେ ଉଷ୍ମତା : ଏମଭିଏରେ ଯୋଗ ଦେଇପାରେ ଅଜିତ ପାୱାରଙ୍କ ଗୋଷ୍ଠୀ!

May 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.