Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିପୁଳ ବେଆଇନ ଦେଶୀ ମଦ ଜବତ
ଆଜିର ଖବର

ବିପୁଳ ବେଆଇନ ଦେଶୀ ମଦ ଜବତ

November 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ବେଆଇନ ମଦ ବିକ୍ରୀ ତଥା ପ୍ରସ୍ତୁତ ହେଉଥିବାବେଳେ ତହସିଲ୍‌ଦାର ଡ. ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର ଏହାକୁ ରୋକିବା ପାଇଁ ଠୋସ୍ ପଦକ୍ଷେପ ନେବାରେ ଲାଗିଛନ୍ତି। ଏହି ଯୋଗାଣ ଚେନ୍‌କୁ ଭାଙ୍ଗିବା ପାଇଁ ବିଭିନ୍ନ ମଦ ତିଆରି କାରଖାନା ଲୁଚା ଛପା ବେଆଇନ ମଦ ନେଉଥିବା ଅଂଚଳରେ ଚଢ଼ାଉ ଜାରି ରହିଛି।

ବର୍ତ୍ତମାନ ସୁଦ୍ଧା ୮୦ ହଜାର ଲିଟର ପୋଚକୁ ନଷ୍ଟ କରାଯାଇ ମଦ ବେପାରୀଙ୍କ ମେରୁଦଣ୍ଡ ଭାଙ୍ଗିବା ସହ ଯୋଗାଣ ଚେନ୍‌ଙ୍କୁ ଭଙ୍ଗାଯାଇଛି। ଆଜି ସକାଳ ଏହି ବ୍ଲକ୍‌ର ବାଉଁସିଆପଲ୍ଲୀ ଅଂଚଳରେ ବେଆଇନ ମଦ ପ୍ରସ୍ତୁତ ହେଉଥିବା ନେଇ କୁକୁଡ଼ାଖଣ୍ଡି ତହସିଲ୍‌ଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅବକାରୀ ଅଧିକାରୀ, ଦିଗପହଣ୍ଡି ଥାନା କର୍ମଚାରୀ ଏବଂ ଏପିଆର୍ ଫୋସ୍ ମିଳିତ ଭାବେ ଏକ ବେଆଇନ ମଦ ତିଆରି କାରଖାନା ଉପରେ ଚଢ଼ାଉ କରିଥିଲେ।

ଚଢ଼ାଉରେ ୬ହଜାର ଲିଟର ପୋଚକୁ ନଷ୍ଟ କରାଯିବା ସହ ୧୩୦ ଲିଟର ଦେଶୀ ମଦ, ପ୍ରସ୍ତୁତି ପାଇଁ ସରଞ୍ଜାମ, ହାଣ୍ଡିମାଠିଆ ଜବତ ହୋଇଛି। ମଦ ବେପାରୀଙ୍କ ପାଇଁ ଏହା ଶକ୍ତ ଧକ୍କା ହୋଇଥିବାବେଳେ ଆଗକୁ ମଧ୍ୟ ଏହିଭଳି ଚଢ଼ାଉ ଜାରି ରହିବ ବୋଲି ତହସିଲ୍‌ଦାର ତଥା ଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଶ୍ରୀମତୀ ମିଶ୍ର କହିଛନ୍ତି।

କୁକୁଡ଼ାଖଣ୍ଡି ବ୍ଲକ୍‌ ଦେଶୀ ମଦ ଜବତ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିବସ ଅବସରରେ ବିଶାଳ ରକ୍ତଦାନ ଶିବିର ପାଇଁ ଭୂମି ପୂଜନ

September 14, 2026

ଗଣେଶ ପୂଜା ଅବସରରେ ସାରା ଦେଶ ଆଜି ଉତ୍ସବମୁଖର

September 14, 2026

ବ୍ରିକ୍ସ ସମ୍ମିଳନୀରେ ଫିଲିପାଇନ୍ସର ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତ

September 14, 2026

ଚିଲିକାରେ ନୌବିହାର କରିବେ ମା’ ଭଗବତୀ: ପ୍ରଶାସନ ଆରମ୍ଭ କଲା ପ୍ରସ୍ତୁତି

September 14, 2026
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିବସ ଅବସରରେ ବିଶାଳ ରକ୍ତଦାନ ଶିବିର ପାଇଁ ଭୂମି ପୂଜନ

September 14, 2026

ଗଣେଶ ପୂଜା ଅବସରରେ ସାରା ଦେଶ ଆଜି ଉତ୍ସବମୁଖର

September 14, 2026

ବ୍ରିକ୍ସ ସମ୍ମିଳନୀରେ ଫିଲିପାଇନ୍ସର ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତ

September 14, 2026

ଚିଲିକାରେ ନୌବିହାର କରିବେ ମା’ ଭଗବତୀ: ପ୍ରଶାସନ ଆରମ୍ଭ କଲା ପ୍ରସ୍ତୁତି

September 14, 2026

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.