ବିପୁଳ ବେଆଇନ ଦେଶୀ ମଦ ଜବତ

Published: Nov 24, 2020, 9:49 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ବେଆଇନ ମଦ ବିକ୍ରୀ ତଥା ପ୍ରସ୍ତୁତ ହେଉଥିବାବେଳେ ତହସିଲ୍‌ଦାର ଡ. ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର ଏହାକୁ ରୋକିବା ପାଇଁ ଠୋସ୍ ପଦକ୍ଷେପ ନେବାରେ ଲାଗିଛନ୍ତି। ଏହି ଯୋଗାଣ ଚେନ୍‌କୁ ଭାଙ୍ଗିବା ପାଇଁ ବିଭିନ୍ନ ମଦ ତିଆରି କାରଖାନା ଲୁଚା ଛପା ବେଆଇନ ମଦ ନେଉଥିବା ଅଂଚଳରେ ଚଢ଼ାଉ ଜାରି ରହିଛି।

ବର୍ତ୍ତମାନ ସୁଦ୍ଧା ୮୦ ହଜାର ଲିଟର ପୋଚକୁ ନଷ୍ଟ କରାଯାଇ ମଦ ବେପାରୀଙ୍କ ମେରୁଦଣ୍ଡ ଭାଙ୍ଗିବା ସହ ଯୋଗାଣ ଚେନ୍‌ଙ୍କୁ ଭଙ୍ଗାଯାଇଛି। ଆଜି ସକାଳ ଏହି ବ୍ଲକ୍‌ର ବାଉଁସିଆପଲ୍ଲୀ ଅଂଚଳରେ ବେଆଇନ ମଦ ପ୍ରସ୍ତୁତ ହେଉଥିବା ନେଇ କୁକୁଡ଼ାଖଣ୍ଡି ତହସିଲ୍‌ଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅବକାରୀ ଅଧିକାରୀ, ଦିଗପହଣ୍ଡି ଥାନା କର୍ମଚାରୀ ଏବଂ ଏପିଆର୍ ଫୋସ୍ ମିଳିତ ଭାବେ ଏକ ବେଆଇନ ମଦ ତିଆରି କାରଖାନା ଉପରେ ଚଢ଼ାଉ କରିଥିଲେ।

ଚଢ଼ାଉରେ ୬ହଜାର ଲିଟର ପୋଚକୁ ନଷ୍ଟ କରାଯିବା ସହ ୧୩୦ ଲିଟର ଦେଶୀ ମଦ, ପ୍ରସ୍ତୁତି ପାଇଁ ସରଞ୍ଜାମ, ହାଣ୍ଡିମାଠିଆ ଜବତ ହୋଇଛି। ମଦ ବେପାରୀଙ୍କ ପାଇଁ ଏହା ଶକ୍ତ ଧକ୍କା ହୋଇଥିବାବେଳେ ଆଗକୁ ମଧ୍ୟ ଏହିଭଳି ଚଢ଼ାଉ ଜାରି ରହିବ ବୋଲି ତହସିଲ୍‌ଦାର ତଥା ଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଶ୍ରୀମତୀ ମିଶ୍ର କହିଛନ୍ତି।

Related posts