ନୂଆଦିଲ୍ଲୀ : ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 44 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 480 ଜଣଙ୍କର ମୃତ୍ୟୁ ଘଟିଛି । 44 ହଜାର 376 ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 92ଲକ୍ଷ 22 ହଜାର 216ରେ ପହଞ୍ଚିଛି । ଏହା ସହିତ 481 ନୂତନ ମୃତ୍ୟୁ ଘଟି ସମୁଦାୟ ମୃତ୍ୟୁ ସଂଖ୍ୟା 1ଲକ୍ଷ 34 ହଜାର 699ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ 37 ହଜାର 816 ଜଣ ସୁସ୍ଥ ହୋଇଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା 86 ଲକ୍ଷ 42 ହଜାର 771ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 44 ହଜାର 746ରେ ପହଞ୍ଚିଛି ।
ଆଜି ରାଜଧାନୀ ଦିଲ୍ଲୀରୁ 109ଜଣଙ୍କର ଜୀବନ ଯାଇଛି । ଦିଲ୍ଲୀରେ ବିଗତ ଏକ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ବିଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀରୁ 6ହଜାର224 ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏହି ସମୟ ମଧ୍ୟରେ ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 5 କୋଟି 97 ଲକ୍ଷ 15 ହଜାର 578ରେ ପହଞ୍ଚିଛି । 14 ଲକ୍ଷ 8 ହଜାର 23 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି କୋଟି 82 ଲକ୍ଷ 27 ହଜାର 326 ଜଣ ସୁସ୍ଥ ହୋଇଛନ୍ତି । ଏହା ସହିତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 2 କୋଟି 80 ହଜାର 229 ରହିଛି ।