13ଟି ସହରର ତାପମାତ୍ରା 15 ଡିଗ୍ରୀ ତଳେ

Published: Nov 25, 2020, 11:01 am IST

ଭୁବନେଶ୍ବର : ରାଜ୍ୟରେ ଶୀତ ବଢୁଛି ।  15 ଡିଗ୍ରୀ ତଳେ ରାଜ୍ୟର 13ଟି ଜିଲ୍ଲା ରହିଛି । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପାମାତ୍ରା ରେକର୍ଡ କରାଯାଇଛି । ଏଠାରେ ତାପମାତ୍ରା 9 ଡିଗ୍ରୀ ତଳକୁ ଖସିଛି । ସେଠାରେ 8.5ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି 9.4ଡିଗ୍ରୀ ସହ ଦ୍ୱିତୀୟ ସର୍ବାଧିକ ଥଣ୍ଡା ସହର ହୋଇଛି ସୋନପୁର ।

ସେହିପରି ଫୁଲବାଣୀରେ 10.5 ଡିଗ୍ରୀ, ବାରିପଦା ଓ କେନ୍ଦୁଝରରେ 12 ଡିଗ୍ରୀ, ଝାରସୁଗୁଡାରେ 12.2 ଡିଗ୍ରୀ, ଭବାନୀପାଟଣାରେ 12,2 ଡିଗ୍ରୀ, ତାଳଚେରର 12.3 ଡିଗ୍ରୀ, କୋରାପୁଟରେ 12,6 ଡିଗ୍ରୀ, ବେୌଦ୍ଧ ଓ କଟକରେ ତାପାମତ୍ରା 14 ଡିଗ୍ରୀ ସେଲ୍‌ସିୟସ୍‌ ଥିବାର ସୂଚନା ରହିଛି । ବଲାଙ୍ଗିରରେ 14,8 ଡିଗ୍ରୀ, ଭୁବନେଶ୍ବରରେ 16 ଡିଗ୍ରୀ ତାପମାତ୍ରା ରହିଥିଲା । ଆଗକୁ ତାପମାତ୍ରା ଆହୁରି ଖସିବାର ସମ୍ଭାବନା ରହିଛି ।

Related posts