Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାଗାର୍ଜୁନ୍‌ ବେଶ ପାଇଁ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ, ବାହାର ଭକ୍ତ ଆସିପାରିବେନି ପୁରୀ
ଆଜିର ଖବର

ନାଗାର୍ଜୁନ୍‌ ବେଶ ପାଇଁ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ, ବାହାର ଭକ୍ତ ଆସିପାରିବେନି ପୁରୀ

November 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ସ୍ୱାଭିମାନ ଅଂଚଳର ପରିବର୍ତ୍ତନ, ନବୀନ ସରକାରଙ୍କର ସଫଳ ଉଦ୍ୟମ

ପୁରୀ: ବାହାର ଭକ୍ତଙ୍କୁ ପୁରୀ ମନା । ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅବସରରେ ବାହାର ଭକ୍ତଙ୍କୁ ପୁରୀ ନଆସିବାକୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ପୁରୀ ବାହାରର ସମସ୍ତ ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କୁ ଜିଲ୍ଲା ପ୍ରଶାସନର ଏପରି ଅନୁରୋଧ କରିଛି । ଆସନ୍ତା 27ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ଚଳିତ ବର୍ଷ କୋଭିଡ଼ କଟକଣା ମଧ୍ୟରେ ସମସ୍ତ ରୀତିନୀତି ସାରିବାକୁ ନିଷ୍ପତ୍ତି ନିଆଯାଇଛି । କରୋନାର ଭୟାବହତାକୁ ଦେଖି ପୁରୀ ବାହାରର ସମସ୍ତ ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କୁ ଜିଲ୍ଲା ପ୍ରଶାସନ ପୁରୀ ଆସିବା ଉପରେ କଟକଣା ଜାରି କରିଛି । ଏହି ସମୟରେ ପୁରୀ ନଆସିବାକୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ସେହିପରି ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଏଥିନିମନ୍ତେ ପୁରୀର ସମସ୍ତ ପ୍ରବେଶ ପଥକୁ ବନ୍ଦ କରି ଦିଆଯିବ । ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଏହି ସୂଚନା ଦେଇଛନ୍ତି ।

ଜିଲ୍ଲା ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଆଜିଠୁ ପଞ୍ଚକ ଆରମ୍ଭ ହେଉଥିବା ବେଳେ ଆସନ୍ତା କାଲି ନାଗାର୍ଜୁନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ହେଲେ ଏହି ସମୟରେ ବାହାର ଲୋକଙ୍କୁ ପୁରୀ ନ ଆସିବାକୁ ଅନୁରୋଧ କରାଯାଇଛି । ପୁରୀ ଲୋକ ପତିତପାବନ ଦର୍ଶନ କରିପାରିବେ। କିନ୍ତୁ ମନ୍ଦିର ପ୍ରବେଶକୁ ମନା କରାଯାଇଛି।

ତିନି ଦ୍ୱାରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ମରିଚକୋଟ ଛକରୁ ପାଦରେ ଚାଲି କାକୁଡ଼ିଖାଇ ଛକ ଦେଇ ବାହାରିବେ। ଜଗନ୍ନାଥବଲ୍ଲଭରେ ଅବଢ଼ା ପ୍ରଦାନ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ପଞ୍ଚୁକ ବ୍ରତ ପାଇଁ ଆଜିଠାରୁ 6 ଦିନ ପାଇଁ ବଡଦାଣ୍ଡରେ ଟ୍ରାଫିକ କଟକଣା ଜାରି ରହିବ । ମରିଚିକୋଟ ଛକଠାରୁ ଶ୍ରୀମନ୍ଦିର ଅଭିମୁଖେ କୌଣସି ଦୁଇ ଚକିଆ ଯାନକୁ ଅନୁମତି ପାଇଁ ନିଷେଧ କରାଯାଇଛି । ମନ୍ଦିରର ଚତୁଃପାର୍ଶ୍ବରେ ମଧ୍ୟ ଦୁଇ ଚକିଆ ଯାନକୁ ଜିଲ୍ଲା ପ୍ରଶାସନ ନିଷେଧ କରିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଚାକିରି ସ୍ଥାୟୀକରଣ ଦାବିରେ ସରକାରଙ୍କୁ ଚେତାବନୀ, ଜୁଲାଇ ୧୦ରୁ ସାମୁହିକ ଛୁଟି ଧମକ ଦେଲେ ଯୋଗାଣ ସହାୟକ କର୍ମଚାରୀ

June 17, 2026

ଆନ୍ତଃଜିଲ୍ଲା ବାଇକ ଚୋର ଗ୍ୟାଙ୍ଗ ଠାବ; ୭ ଗିରଫ, ୯ ଚୋରି ବାଇକ ଜବତ

June 17, 2026

ବିଦ୍ୟୁତ୍ ଝଟକାରେ ଦୁଇ ଯାଆଙ୍କ ମୃତ୍ୟୁ, ଜଣେ ଆହତ

June 17, 2026

ନଦୀକୂଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଧରୁଆଡ଼ିହିରୁ ଧରାପଡ଼ିଲେ ଅଭିଯୁକ୍ତ

June 17, 2026
Latest News

ଚାକିରି ସ୍ଥାୟୀକରଣ ଦାବିରେ ସରକାରଙ୍କୁ ଚେତାବନୀ, ଜୁଲାଇ ୧୦ରୁ ସାମୁହିକ ଛୁଟି ଧମକ ଦେଲେ ଯୋଗାଣ ସହାୟକ କର୍ମଚାରୀ

June 17, 2026

ଆନ୍ତଃଜିଲ୍ଲା ବାଇକ ଚୋର ଗ୍ୟାଙ୍ଗ ଠାବ; ୭ ଗିରଫ, ୯ ଚୋରି ବାଇକ ଜବତ

June 17, 2026

ବିଦ୍ୟୁତ୍ ଝଟକାରେ ଦୁଇ ଯାଆଙ୍କ ମୃତ୍ୟୁ, ଜଣେ ଆହତ

June 17, 2026

ନଦୀକୂଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଧରୁଆଡ଼ିହିରୁ ଧରାପଡ଼ିଲେ ଅଭିଯୁକ୍ତ

June 17, 2026

ଅଶାନ୍ତ ବ୍ରହ୍ମପୁର : ନାବାଳକକୁ ପିଟିପିଟି ମାରିଦେଲେ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.