Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାଣନ୍ତୁ କେତେ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା
ଆଜିର ଖବର

ଜାଣନ୍ତୁ କେତେ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା

November 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଅକ୍ସଫୋର୍ଡ ପକ୍ଷରୁ ପ୍ରସ୍ତୁତ ଟିକା ଆଷ୍ଟ୍ରାଜେନେକାର ମୂଲ୍ୟ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଟିକାଟି 70 ପ୍ରତିଶତ ଫଳପ୍ରଦ ବୋଲି ହୁ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିବା ବେଳେ କମ୍ପାନୀ ପକ୍ଷରୁ ଟିକାଟି 90 ପ୍ରତିଶତ ଫଳପ୍ରଦ ବୋଲି ଦାବି କରାଯାଉଛି । ଭାରତରେ ସେରମ ଇନଷ୍ଟିଚ୍ୟୁଟ ଏହି ଟିକାର ନିର୍ମାଣ କରୁଥିବା ବେଳେ ଟିକାର ମୂଲ୍ୟ ପ୍ରକାଶ ପାଇଛି । ଭାରତରେ ପ୍ରଥମେ ଏହି ଟୀକାର ବିତରଣ ହେବା ନେଇ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ସୂଚନା ଦିଆଯାଇଛି ।

ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଟିକାର ମୂଲ୍ୟ ଦୁଇ ପ୍ରକାରର ରହିବ । ସରକାରଙ୍କ ପାଇଁ ଟିକାର ମୂଲ୍ୟ 222 ଟଙ୍କା ରଖାଯାଇଥିବା ବେଳେ ବ୍ୟକ୍ତିଗତ ଭାବରେ ଲଗାଇଲେ ଟିକାର ମୂଲ୍ୟ 1000 ଟଙ୍କା ପାଖାପାଖି ରହିବ । ଅପରପକ୍ଷରେ ଋଷର ଟିକା ସ୍ପୁଟନିକ-ଭିର ମୂଲ୍ୟ ଆମେରିକୀୟ ଟିକା ଫାଇଜର ଏବଂ ମଡର୍ଣ୍ଣା ଠାରୁ କମ ରହିବ ।

ଭାରତର ଉଚ୍ଚତମ ତାପମାତ୍ରାରେ ଆଷ୍ଟ୍ର୍ରାଜେନେକା ସବୁଠାରୁ ଶ୍ରେଷ୍ଠ ବିକଳ୍ପ ରହିବ ବୋଲି କୁହାଯାଇଛି । ଏହି ଟିକାକୁ 2ରୁ 8 ଡିଗ୍ରୀ ତାପାମାତ୍ରାରେ ସଂରକ୍ଷିତ ରଖାଯାଇଥାଏ ଯାହାକି ସମ୍ଭବ । ମାତ୍ର ଫାଇଜର ଟିକା ପାଇଁ -70 ଡିଗ୍ରୀ ଏବଂ ସ୍ପୁଟନିକ ଭି ପାଇଁ -18 ଡିଗ୍ରୀ ତାପମାତ୍ରା ଆବଶ୍ୟକ । ଭାରତୀୟ ଜଳବାୟୁରେ ଆଷ୍ଟ୍ରାଜେନେକା ସଠିକ ଭାବରେ ସମଗ୍ର ଦେଶରେ ପରିବହନ କରିହେବ । ଏହା ସହିତ ଏହି ଟିକାର ମୂଲ୍ୟ ଅପେକ୍ଷାକୃତ ଭାବରେ କମ ରହିଛି ତେଣୁ 130 କୋଟି ଦେଶବାସୀଙ୍କ ପାଇଁ ଏହି ଟିକାର ବ୍ୟବହାର ଗ୍ରହଣଯୋଗ୍ୟ ।

ଫାଇଜର ଏବଂ ମଡର୍ଣ୍ଣା ଟିକାର ମୂଲ୍ୟ ବହୁତ ଅଧିକ ରହିବା ନେଇ ଆଶା ପ୍ରକାଶ କରାଯାଉଛି । ଉଭୟ କମ୍ପାନୀ ପକ୍ଷରୁ ବିଧିବଦ୍ଧ ଭାବରେ ଏ ନେଇ କୌଣସି ଘୋଷଣା କରାଯାଇନଥିଲେ ମଧ୍ୟ ଫାଇଜର ଟିକାର ମୂଲ୍ୟ 2900 ଏବଂ ମଡର୍ଣ୍ଣା ଟିକାର ମୂଲ୍ୟ 3700-5400 ମଧ୍ୟରେ ରହିବ । ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଫାଇଜର ଏବଂ ମଡର୍ଣ୍ଣା ଟିକାର ବ୍ୟବହାରକୁ ଖାରଜ କରି ଦିଆଯାଇଛି । ଆଷ୍ଟ୍ରାଜେନେକା/କୋଭିସିଲ୍ଡର ପରୀକ୍ଷଣ ସଫଳ ହୋଇଥିବା ବେଳେ ଭାରତ ବାୟୋଟେକର କୋଭାକ୍ସିନ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଅଛି । ଏହି ଟିକା ଗୁଡିକ ବ୍ୟବହାର ଉପଯୋଗୀ ହୋଇଥିବାରୁ ଅନ୍ୟ ଟିକାର ଆବଶ୍ୟକତା ପଡିବ ନାହିଁ । ଉଲ୍ଲେଖଯୋଗ୍ୟ ଯେ, ଡ. ରେଡ୍ଡୀ ଲାବ ପକ୍ଷରୁ ସ୍ପୁଟନିକ ଭିର 10 କୋଟି ଡୋଜ ଅର୍ଡର କରାଯାଇ ସାରିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଆଷ୍ଟ୍ରାଜେନେକା ସପକ୍ଷରେ ମତ ଦେଇଛି । ହୁ ର ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କହିଛନ୍ତି, ଆଷ୍ଟ୍ରାଜେନେକାର ପ୍ରାରମ୍ଭିକ ରିପୋର୍ଟ ସନ୍ତୋଷ ଜନକ । ବର୍ତ୍ତମାନ ଟିକା ବାହାରି ସାରିଥିଲେ ମଧ୍ୟ 7.2 ବିଲିୟନ ଲୋକଙ୍କ ପାଇଁ ଟିକା ଉତ୍ପାଦନ ପ୍ରମୁଖ ଚ୍ୟାଲେଞ୍ଜ ରହିବ । ଏହି ଟିକାଟି 90 ପ୍ରତିଶତ ଫଳପ୍ରଦ ମାତ୍ର ଏହା ଉପରେ ଅଧିକ ଅଧ୍ୟୟନ ଆବଶ୍ୟକ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.