ଭୁବନେଶ୍ବର : ନୟାଗଡ଼ ପରୀ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତ୍ତି ନେଇ ଗୃହରେ ବିବୃତ୍ତି ରଖିଲେ ମନ୍ତ୍ରୀ । କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସୂଚନା ଦେଇଛନ୍ତି । ମାମଲାରେ ଏଯାବତ୍ 34ଜଣଙ୍କୁ ଜେରା କରାଯାଇଛି । ଚାରିଜଣଙ୍କର ପଲିଗ୍ରାଫ୍ ଟେଷ୍ଟ ହୋଇଥିବା ଗୃହକୁ ଜଣାଇଲେ । ନୟାଗଡ ଏସ୍ଡିପିଓ ମାମଲାରେ ତଦାରଖ କରୁଛନ୍ତି ।
ଗତକାଲି ବିଧାନସଭାରେ ଦମ୍ପତି ଆତ୍ମହୁତି ଉଦ୍ୟମ ପ୍ରସଙ୍ଗ ଉଠିଥିଲା ବାଚସ୍ପତିଙ୍କୁ ରୁଲିଂ ଦାବି କରିଥିଲେ ବିରୋଧୀ । ଏହାପରେ ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ମାମଲାରେ ଉତ୍ତର ରଖିବା ପାଇଁ ବାଚସ୍ପତି ରୁଲିଂ ଦେଇଥିଲେ। ନୟାଗଡ଼ ପରୀ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତ୍ତି ନେଇ ଗୃହରେ ବିବୃତ୍ତି ରଖିବେ ମନ୍ତ୍ରୀ । କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ବିଧାନସଭା ଆଗରେ ପାଞ୍ଚ ବର୍ଷର ଝିଅ ପରୀକୁ ହତ୍ୟା ମାମଲାରେ ଆତ୍ମାହୂତି ଉଦ୍ୟମ କରିଥିଲେ ନୟାଗଡ଼ର ଦମ୍ପତି। ଝିଅର ହତ୍ୟା ମାମଲାର ନ୍ୟାୟ ଭିକ୍ଷା କରି ହତାଶ ହେବା ପରେ ଶେଷରେ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ ଦମ୍ପତି ଅଶୋକ ସାହୁ ଏବଂ ସୌଦାମିନି ସାହୁ।