ନୂଆଦିଲ୍ଲୀ : ଡିସେମ୍ବର ମାସ ପାଇଁ ନୂତନ ଗାଇଡ ଲାଇନ୍ ଜାରି କଲା ଗୃହ ମନ୍ତ୍ରଣାଳୟ। କରୋନା ମୁକାବିଲା ପାଇଁ ସୁରକ୍ଷା ଉପରେ ଏହି ଗାଇଡଲାଇନ୍ସରେ ଅଧିକ ଗୁରୁତ୍ବ ଦିଆଯାଇଛି । କଣ୍ଟେନେମେଣ୍ଟ ଗାଇଡଲାଇନକୁ କଡାକଡି ମାନିବାକୁ ପରାମର୍ଶ ଦିଆଯାଇଛି । କଣ୍ଟେନମେଣ୍ଟ ଜୋନ୍ରେ କେବଳ ଅତି ଜରୁରୀ କାର୍ଯ୍ୟକୁ ଅନୁମତି ପ୍ରଦାନ କରାଯାଇଛି । କଣ୍ଟେନମେଣ୍ଟ ଜୋନ୍ରେ ଘରକୁ ଘର ବୁଲି ସର୍ଭେଲାନ୍ସ କରାଯିବ। ପ୍ରୋଟୋକଲ୍ ଅନୁସାରେ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂକୁ ଗୁରୁତ୍ବ ଦିଆଯାଇଛି । ସେହିପରି ପରିସ୍ଥିତି ଦେଖି ସ୍ଥାନୀୟ କର୍ତ୍ତୃପକ୍ଷ ନାଇଟ୍ କର୍ଫ୍ୟୁ ଜାରି କରିପାରିବା ନେଇ ଅନୁମତି ଦେଇଛନ୍ତି ଗୃହ ମନ୍ତ୍ରାଳୟ । କଣ୍ଟେନମେଣ୍ଟ ଜୋନ୍ ବାହାରେ ଲକ୍ଡାଉନ୍ ପାଇଁ ଅନୁମତି ଦିଆଯାଇନାହିଁ ।
ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ମିଳିଥିବାବେଳେ ପଚାଶ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଓ ଥିଏଟର ଖୋଲିପାରିବ । ସେହିପରି ଇନ୍ଡୋର୍ ହଲ୍ରେ ଦର୍ଶକଙ୍କ ସଂଖ୍ୟା 50ରେ ସୀମିତ ରଖିବାକୁ ପଡିବ ବୋଲି ସୂଚନା ରହିଛି । ସେହିପରି କ୍ରୀଡାବିତ୍ଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରଖିବାକୁ ବି ଅନୁମତି ରହିଛି । ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରଦର୍ଶନୀ ହଲ୍ ଖୋଲାଯିବାକୁ ଅନୁମତି ରହିଛି । ସାମାଜିକ, କ୍ରୀଡା,ମନୋରଞ୍ଜନ, ଶୈକ୍ଷିକ କାର୍ଯ୍ୟକୁ ସର୍ତ୍ତମୂଳକ ଅନୁମତି ମିଳିଛି । ସେହିପରି ରାଜ୍ୟ ଭିତରେ ତଥା ରାଜ୍ୟ ବାହାରେ ଆତଯାତ ନେଇ କୌଣସି କଟକଣା ଜାରି କରାଯାଇନାହିଁ । (ଏଜେନ୍ସି)