ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୨୮ ଜଣ କରୋନା ଆକ୍ରାନ୍ତ

Published: Nov 25, 2020, 6:47 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୭୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦୩ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୭୩, ସୁନ୍ଦରଗଡରୁ ୬୭, ନୂଆପଡାରୁ ୪୪, କଟକରୁ ୪୨, ବାଲେଶ୍ଵରରୁ ୩୭, ବଲାଙ୍ଗିରିରୁ ୩୨, ଜଗତସିଂହପୁରରୁ ୩୦, କେନ୍ଦ୍ରାପଡାରୁ ୩୦, ସମ୍ବଲପୁରରୁ ୨୮, କେନ୍ଦୁଝରରୁ ୨୫, ଅନୁଗୁଳରୁ ୨୪, ବରଗଡରୁ ୨୧, ଝାରସୁଗୁଡାରୁ ୧୭, ଯାଜପୁରରୁ ୧୪, କଳାହାଣ୍ଡିରୁ ୧୪, ଢେଙ୍କାନାଳରୁ ୧୩, ପୁରୀରୁ ୧୩, ଭଦ୍ରକରୁ ୧୧, ଦେବଗଡରୁ ୧୦, ମାଲକାନଗିରିରୁ ୧୦, ନବରଙ୍ଗପୁରରୁ ୧୦, ଗଞ୍ଜାମରୁ ୯, ନୟାଗଡରୁ ୭, ସୋନପୁରରୁ ୭, କନ୍ଧମାଳରୁ ୫, ରାୟଗଡାରୁ ୩, କୋରାପୁଟରୁ ୨, ବୌଦ୍ଧରୁ ୧ ଓ ଷ୍ଟେଟ୍ ପୁଲରୁ ୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୮ ହଜାର୧୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୬ ହଜାର ୧ ମଧ୍ୟରୁ ୬ ହଜାର ୧୫୯ ଜଣ ଚିକିତ୍ସିଧୀନ ଥିବା ବେଳେ ୧୬୮୫ ଜଣ କରୋନାରେ ମୃତ୍ୟୁବରଣ କରଛନ୍ତି।

 

Related posts