ବାଦାମବାଡ଼ିରେ ଜଳିଗଲା ବସ

Published: Nov 26, 2020, 1:15 pm IST

କଟକ:  କଟକ ବାଦାମବାଡ଼ିରେ ଗୁରୁବାର ଏକ ଅଘଟଣ ଘଟିଛି । ଏକ ଯାତ୍ରୀବାହୀ ବସ ଜଳିଯାଇଥିବା ଜଣାଯାଇଛି ।  ପାଲାମଣ୍ଡପ ପୁରୀ ବସ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଏକ ବସ ଜଳିଯାଇଛି ।  ତେବେ ବସ ଭିତରେ କୌଣସି ଯାତ୍ରୀ ନଥିବା ଜଣାଯାଇଛି । ଏହି ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଖବର ଲେଖା ସୁଦ୍ଧା କିଛି ଜଣାପଡ଼ିନାହିଁ । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚଷ୍ଟା କରୁଛନ୍ତି ।

Related posts