ଏଣିକି ଦେହଜୀବୀଙ୍କୁ ପ୍ରତିମାସରେ ମିଳିବ 5000 ଟଙ୍କା

Published: Nov 26, 2020, 5:43 pm IST

ମୁମ୍ବାଇ : କରୋନା ସଂକ୍ରମଣ କମୁଥିଲେ ସୁଦ୍ଧା ଏହାର ଭୟ କମିନାହିଁ । ଦିଲ୍ଲୀ ସମେତ କିଛି ରାଜ୍ୟରେ କରୋନା ସଂକ୍ରମଣରେ ବୃଦ୍ଧି ଦେଖାଯାଇଛି । ଯଦିଓ ଦେଶରୁ ଲକ୍‌ଡାଉନ୍‌କୁ ଉଠାଯାଇଛି, ତଥାପି ଜୀବନଯାତ୍ରା ସ୍ବାଭାବିକ ହୋଇପାରିନାହିଁ । କରୋନାର ପ୍ରଭାବ ଲୋକଙ୍କ ବ୍ୟବସାୟ ଉପରେ ମଧ୍ୟ ପଡ଼ିଛି। ଲୋକମାନେ ଏବେ ବି ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଛନ୍ତି। ଅନ୍ୟପଟେ ଦେହଜୀବୀଙ୍କ ଉପରେ ମଧ୍ୟ କରୋନାର କୁପ୍ରଭାବ ପଡ଼ିଛି। କରୋନା ଯୋଗୁ ସେମାନଙ୍କ ଆର୍ଥିକ ସ୍ଥିତି ପୂରାପୂରି ବିଗିଡ଼ି ଯାଇଛି। ଏଣୁ ମହାରାଷ୍ଟ୍ର ସରକାର ଦେହଜୀବୀଙ୍କୁ ରାସନ୍‌ ସହ ଆର୍ଥିକ ସହାୟତା ଯୋଗାଇବାକୁ ଘୋଷଣା କରିଛନ୍ତି।

ଏବେ ମହାରାଷ୍ଟ୍ର ସରକାର ମୁମ୍ବାଇର ସେକ୍ସ ଓ୍ଵାର୍କର୍ସଙ୍କୁ ପ୍ରତିମାସରେ ଆର୍ଥିକ ସହାୟତା ସହ ପାଞ୍ଚ କେଜି ରାସନ୍‌ ଦେବେ। ସରକାରଙ୍କ ନିଷ୍ପତ୍ତି ମୁତାବକ ଦେହଜୀବୀଙ୍କୁ ପ୍ରତିମାସରେ ପାଞ୍ଚହଜାର ଟଙ୍କା ବି ମିଳିବ। ଏଥିସହ ରାସନରେ ତିନି କେଜି ଗହମ ଓ ଦୁଇ କେଜି ଚାଉଳ ମିଳିବ। ଏହା ବ୍ୟତୀତ ଯେଉଁ ଦେହଜୀବୀଙ୍କ ପିଲାମାନେ ସ୍କୁଲ ଯାଉଛନ୍ତି, ସେମାନଙ୍କୁ ପିଲାଙ୍କ ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଅତିରିକ୍ତ 2500 ଟଙ୍କା ଦିଆଯିବ।

Related posts