ନୂଆଦିଲ୍ଲୀ, ଭାରତୀୟ ନୈସେନାର ମିଗ୍ -29 କେ ଯୁଦ୍ଧ ବିମାନ ଗୁରୁବାର ଦିନ ଦୁର୍ଘଟଣାର ଶିକାର ହୋଇଛି। ଭାରତୀୟ ନୈସେନା ଅନୁଯାୟୀ ଗୁରୁବାର ସନ୍ଧ୍ୟା ପ୍ରାୟ ପାଞ୍ଚଟା ବେଳେ ମିଗ -29 କେ ଦୁର୍ଘଟଣା ଘଟି ବିମାନଟି ସମୁଦ୍ରରେ ଖସି ପଡିଛି। ଏହି ଯୁଦ୍ଧ ବିମାନର ଦୁଇଜଣ ପାଇଲଟ ଥିଲେ। ଜଣେ ପାଇଲଟଙ୍କୁ ଖୋଜାଖୋଜି କରିବା ପରେ ଠାବ କରାଯାଇଥିବା ବେଳେ ଅନ୍ୟ ଜଣେ ପାଇଲଟଙ୍କର ଏ ପର୍ଯ୍ୟନ୍ତ ପତ୍ତା ମିଳିପାରି ନାହିଁ।
ନୈସେନା ତରଫରୁ ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ବିମାନଟି ଟ୍ରେନିଂ ବିମାନ ଭାବରେ ବ୍ୟବହୃତ ହେଉଥିଲା। ବିମାନର ଦ୍ୱିତୀୟ ପାଇଲଟ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି। ସମୁଦ୍ର ଅଞ୍ଚଳରେ ବାୟୁ ଏବଂ ଜଳ ଉପରେ ଅପରେସନ କରି ପାଇଲଟଙ୍କୁ ଖୋଜା ଚାଲିଛି।