Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗିରଫ ହେଲେ ପାଠକ ବାପ-ପୁଅ
ଆଜିର ଖବର

ଗିରଫ ହେଲେ ପାଠକ ବାପ-ପୁଅ

November 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଗିରଫ କଲା ଭିଜିଲାନ୍ସ । ଗିରଫ ପରେ ବାପପୁଅଙ୍କୁ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ବାପା ଅଭୟକାନ୍ତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ବାପାଙ୍କ ପଇସାର ଅପବ୍ୟବହାର ଅଭିଯୋଗରେ ପୁଅ ଆକାଶଙ୍କୁ ମଧ୍ୟଗିରଫ କରାଯାଇଛି । ଏହି ମାମଲାର ତଦନ୍ତ ଇଡି କରିବା ନେଇ ମଧ୍ୟ ସୂଚନା ରହିଛି । ଆଇଏଫଏସ୍‌ ଅଭୟକାନ୍ତଙ୍କ ନିକଟରେ ଏତେ ପଇସା କେଉଁଠୁ ଆସୁଥିଲା, ଏହାର ଖର୍ଚ୍ଚ କିପରି ହେଉଥିଲା ତାହା ନେଇ ତଦନ୍ତ କରିବ ଇଡି ।

ଅଚଳାଚଳ ସଂପତ୍ତିର ଅଧିକାରୀ ଆଇଏଫଏସ ଅଭୟକାନ୍ତ ପାଠକ। ତାଙ୍କ ଘରୁ ନଗଦ 60 ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ୮ଶହ ଗ୍ରାମରୁ ଅଧିକ ସୁନା ଅଳଙ୍କାର ରହିଛି। 23 ଲକ୍ଷ ଟଙ୍କାର ସୁନା କିଣାଯାଇଥିବାର ରସିଦ ମଧ୍ୟ ମିଳିଛି।

ତାଙ୍କ ପୁଅ ବ୍ୟାଙ୍କ ଆକାଉଣ୍ଟରେ 9 କୋଟି 40ଲକ୍ଷ ଟଙ୍କାର ଜମା ରହିଛି। କେବଳ ଭୁବନେଶ୍ୱରରେ 8କୋଟି 40ଲକ୍ଷ ଟଙ୍କା ଜମା ହୋଇଛି। ଏହି ଟଙ୍କା ସବୁ ସହିଦନଗର ଓ ନୟାପଲ୍ଲୀର ବିଭିନ୍ନ ଏଟିଏମରେ ଜମା କରାଯାଇଥିବା ଜଣାପଡ଼ିଛି। ପୁଅ ଆକାଶ ପାଠକ ନାଁରେ ଦାମୀ ମର୍ସିଡିଜ, ବିଏମଡବ୍ଲ୍ୟୁ, ଟାଟା ହାରିଅର ଭଳି ଗାଡ଼ି ରହିଛି। ଏହାସହ ସେ ଭଡ଼ାରେ ମଧ୍ୟ ଅନେକ ଗାଡ଼ି ଗାଡ଼ି ବ୍ୟବହାର କରୁଥିବା ଜଣାପଡ଼ିଛି। ଭିଜିଲାନ୍‌ସ ଚଢଉରେ ପୁନେରେ ମର୍ସିଡିଜ କାର ଭଡ଼ାରେ ନିଆଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷ ଟଙ୍କାର ଗାଡ଼ି ବିଲ୍‌ ମିଳିଛି। ସେହିପରେ ଫାର୍ମ ହାଉସ, ଘର ଭଡ଼ା ବାବଦରେ ଏକ କୋଟି ଟଙ୍କାର ବିଲ ମିଳିଛି। ଅପରପକ୍ଷରେ ଏହି ଘଟଣା ଉପରେ  ଅଭୟ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କିଛି ଠକେଇ ହୋଇନି, ସବୁ ଯଥାର୍ଥ ଅଛି । ତାଙ୍କ ପୁଅ ତାଙ୍କ ଟଙ୍କାରେ ଅୟସ କରୁନଥିଲା, ତା’ର ମାସିକ ଦରମା କୋଟିଏ ଟଙ୍କା ବୋଲି କହିଛନ୍ତି ଅଭୟ ।  ବିଭାଗରେ ଥାଇ ଅର୍ଥ ହଡପ କରିନାହାନ୍ତି ବୋଲି କହିଛନ୍ତି ପାଠକ ।

Share. Facebook Twitter LinkedIn Email WhatsApp Copy Link

Related Posts

୧୮ରେ ଶପଥ ନେବେ ନୂଆ ରାଜ୍ୟପାଳ ବ୍ରଜମୋହନ ରାମ

October 16, 2026

ନକ୍ସଲମୁକ୍ତ ଭାରତ ପରେ ପୀଡ଼ିତଙ୍କ କ୍ଷତ ଉପଶମ ଓ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା ଲକ୍ଷ୍ୟ

October 16, 2026

ଲଦାଖରେ ୩୩୫୦ କୋଟି ମୂଲ୍ୟର ୫ଟି ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

October 16, 2026

ସର୍ବସାଧାରଣ ସ୍ଥାନରେ ଫୁଟିପାରିବ ନାହିଁ ବାଣ: ବମ୍ବେ ହାଇକୋର୍ଟ

October 15, 2026
Latest News

୧୮ରେ ଶପଥ ନେବେ ନୂଆ ରାଜ୍ୟପାଳ ବ୍ରଜମୋହନ ରାମ

October 16, 2026

ନକ୍ସଲମୁକ୍ତ ଭାରତ ପରେ ପୀଡ଼ିତଙ୍କ କ୍ଷତ ଉପଶମ ଓ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା ଲକ୍ଷ୍ୟ

October 16, 2026

ଲଦାଖରେ ୩୩୫୦ କୋଟି ମୂଲ୍ୟର ୫ଟି ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

October 16, 2026

ଅକ୍ଟୋବର ୧୬ ତାରିଖ ଶୁକ୍ରବାର ରାଶିଫଳ: ସ୍ୱାସ୍ଥ୍ୟ ଏବଂ ରୋମାନ୍ସ କ୍ଷେତ୍ରରେ କିପରି ରହିବ ଆଜିର ଦିନ

October 16, 2026

ଖାଦ୍ୟ ବିଷାକ୍ତ କାରଣରୁ ୮୪ ସୀମା ସୁରକ୍ଷା ବଳ ଯବାନ ହସ୍ପିଟାଲରେ ଭର୍ତ୍ତି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.