ନୂଆଦିଲ୍ଲୀ : ଇଟାଲୀର ଏକ ଲଗ୍ଜୁରୀ ବ୍ରାଣ୍ଡ ଦୁନିଆର ସବୁଠୁ ମହଙ୍ଗା ବ୍ୟାଗ୍ ପ୍ରସ୍ତୁତ କରିଛନ୍ତି । ନିକଟରେ ଲଞ୍ଚ୍ ହୋଇଥିବା ଏହି ହ୍ୟାଣ୍ଡ୍ବ୍ୟାଗ୍ର ଦାମ ରହିଛି 53 କୋଟି। ସମୁଦ୍ର ତଥା ସାମୁଦ୍ରିକ ଜୀବନକୁ ବଞ୍ଚାଇବା ଅଭିଯାନ ନେଇ ଏହି ବ୍ୟାଗ୍ଟି ପ୍ରସ୍ତୁତ କରାଯାଇଛି । ଏହି ବ୍ୟାଗ୍ ଜରିଆରେ ସମୁଦ୍ର ତଥା ସାମୁଦ୍ରିକ ଜୀବଙ୍କ ଜୀବନ ବଞ୍ଚାଇବା ଲାଗି ସଚେତନତା କରାଯାଉଛି ।
ଏହି ବ୍ୟାଗ୍ଟିକୁ ଇଟାଲିଅନ୍ ବ୍ରାଣ୍ଡ୍ ବୋରିନ୍ ମିଲ୍ନେସି ପ୍ରସ୍ତୁତ କରିଛନ୍ତି । ଏହି ବ୍ୟାଗ୍ରେ 130 କ୍ୟାରେଟ୍ର ହୀରା ଓ ଧଳା ସୁନାରେ ପ୍ରସ୍ତୁତ 10ଟି ପ୍ରଜାପତିକୁ ଖଞ୍ଚାଯାଇଛି । ସମୁଦ୍ର ପ୍ରଦୂଷଣ ନେଇ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ଏହି ବ୍ୟାଗ୍ଟି ନିର୍ମାଣ କରାଯାଇଛି । ଏହି ବ୍ୟାଗ୍ରୁ ହେବାକୁ ଥିବା ଆୟର ପୂରା 800 ହଜାର ୟୁରୋ ସମୁଦ୍ର ତଟ ସଫେଇ ପାଇଁ ବିନିଯୋଗ ହେବ । ଇନ୍ଷ୍ଟାଗ୍ରାମରେ ଏହି ବ୍ୟାଗ୍ରେ ଏକ ଭିଡିଓ ସେୟାର କରାଯାଇଛି । ଏହି ବ୍ୟାଗ୍ ଦାମ୍ ଓ ଆକର୍ଷରଈୟ ରୂପକୁ ନେଇ ଚର୍ଚ୍ଚା ଚାଲିଛି । (ଏଜେନ୍ସି)