ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ରେଳ ମନ୍ତ୍ରୀ ପଓ୍ବନ ବଂଶଲ ହୋଇଛନ୍ତି ଏଆଇସିସିର କୋଷାଧ୍ୟକ୍ଷ। ଅତିରିକ୍ତ ଦାୟିତ୍ୱ ଭାବରେ ପବନ ବଂଶଲଙ୍କୁ ନିଯୁକ୍ତ କରିଛି କଂଗ୍ରେସ। ଦିବଂଗତ ରାଜ୍ୟସଭା ସାଂସଦ ଅହମଦ ପଟେଲଙ୍କ ପରେ ଏହି ପଦବୀ କାହାକୁ ଦିଆଯିବ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ପଓ୍ବନ ବଂଶଲ୍ ଚଣ୍ଡିଗଡ ଲୋକସଭା ଆସନରୁ ସେ ଚାରି ଥର ନିର୍ବାଚିତ ହୋଇଛନ୍ତି। ୟୁପିଏ ସରକାରରେ ସେ ରେଳ ମନ୍ତ୍ରୀ ହେବା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ, ବିଜ୍ଞାନ ଏବଂ କାରିଗର ମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ପୂର୍ବରୁ ଏହି ପଦବୀ ପାଇଁ ଅମ୍ୱିକା ସୋନୀ, ଦିଗବିଜୟ ସିଂ, ଅଶୋକ ଗେହଲଟ ଭଳି ପୁରୁଖା ନେତାଙ୍କ ନାମ ଚର୍ଚ୍ଚା ହେଉଥିଲା । (ଏଜେନ୍ସି)