ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୮୦୨ ଜଣ କରୋନା ଆକ୍ରାନ୍ତ

Published: Nov 28, 2020, 8:05 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୮୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦୪ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୦, କଟକରୁ ୭୦, ମୟୂରଭଞ୍ଜରୁ ୫୬, ନୂଆପଡାରୁ ୪୯, ଅନୁଗୁଳରୁ ୪୩, କେନ୍ଦ୍ରାପଡାରୁ ୩୨, ବଲାଙ୍ଗିରିରୁ ୨୯, ପୁରୀରୁ ୨୭, କୋରାପୁଟରୁ ୨୬, ଯାଜପୁରରୁ ୨୫, କେନ୍ଦୁଝରରୁ ୨୨, ବରଗଡରୁ ୨୧, ଭଦ୍ରକରୁ ୨୧, କଳାହାଣ୍ଡିରୁ ୨୦, ସମ୍ବଲପୁରରୁ ୧୯, ବାଲେଶ୍ଵରରୁ ୧୫, ଝାରସୁଗୁଡାରୁ ୧୧, , ମାଲକାନଗିରିରୁ ୧୧, ଗଞ୍ଜାମରୁ ୧୦, ନବରଙ୍ଗପୁରରୁ ୧୦, ଢେଙ୍କାନାଳରୁ ୮, ରାୟଗଡାରୁ ୩, ଦେବଗଡ଼ରୁ ୨, ଗଜପତିରୁ ୨ ଓ ଷ୍ଟେଟ୍ ପୁଲରୁ ୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୦ ହଜାର ୫୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ ହଜାର ୭୮୯ ମଧ୍ୟରୁ ୫ ହଜାର ୪୫୭ ଜଣ ଚିକିତ୍ସିଧୀନ ଥିବା ବେଳେ ୧୭୩୦ ଜଣ କରୋନାରେ ମୃତ୍ୟୁବରଣ କରଛନ୍ତି।

Related posts