ଡିସେମ୍ବର ମାସରେ ଏତିକି ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ୍‌, ଜାଣନ୍ତୁ କେବେଠୁ

Published: Nov 29, 2020, 1:19 pm IST

ନୂଆଦିଲ୍ଲୀ :  ପ୍ରତ୍ୟେକ ମାସର ରବିବାର ଓ ଦ୍ୱିତୀୟ ଶନିବାରରେ ବ୍ୟାଙ୍କଗୁଡିକ ବନ୍ଦ ରହିଥାଏ । ଏହା ବ୍ୟତୀତ ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ । ଗ୍ରାହକମାନେ ବ୍ୟାଙ୍କକୁ ଯିବା ପୂର୍ବରୁ ଯାଞ୍ଚ କରିନିଅନ୍ତୁ ଛୁଟି ତାଲିକା । ବ୍ୟାଙ୍କ ସମ୍ବନ୍ଧୀୟ ଯଦି କାର୍ଯ୍ୟ ଆପଣଙ୍କର କରିବାର ଅଛି, ତେବେ ଜଲ୍‌ଦି ଶେଷ କରନ୍ତୁ । କାରଣ ଡିସେମ୍ବର ମାସରେ ବ୍ୟାଙ୍କ୍‌ 14 ଦିନ ବନ୍ଦ ରହିବ । ବର୍ଷର ଶେଷ ମାସ ଅର୍ଥାତ୍‌ ଡିସେମ୍ବର ମାସରେ ବ୍ୟାଙ୍କ 14 ଦିନ ଛୁଟି ରହିବ । ପର୍ବପର୍ବାଣୀ ତଥା ସପ୍ତାହାନ୍ତ ଛୁଟି ଦିବସ ଯୋଗୁଁ ଡିସେମ୍ବର ମାସରେ ବ୍ୟାଙ୍କ୍‌ 14 ଦିନ ଛୁଟି ରହିବ । ସ୍ଥାନୀୟ ପର୍ବ ଆଧାରରେ ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଦିନ ଡିସେମ୍ବର ମାସରେ କେଉଁ କେଉଁ ଦିନ ବ୍ୟାଙ୍କ ରହିବ ।

ଆସନ୍ତା 12 ତାରିଖ ଅର୍ଥାତ୍‌ ଶନିବାର ଦିନ ସାପ୍ତାହିକ ଛୁଟି ପାଇଁ ବ୍ୟାଙ୍କ ବନ୍ଦ ରହିବ। 12 ଓ 13 ତାରିଖ ଶନିବାର ରବିବାର କାରଣରୁ ବନ୍ଦ ରହିବ । ସେହିପରି 17  ତାରିଖରେ ଲୋସଙ୍ଗ୍‌ ପର୍ବ ଓ 19 ତାରିଖରେ ଡେଥ୍‌ ଆନିଭରସିରୀ ୟୁ ସୋ ଥମ୍‌ ପାଇଙଁ 19 ତାରିଖରେ ଗୋଆ ଲିବରେସନ୍‌ ଡେ  ଓ ପୁନଶ୍ଚ 20 ତାରିଖ ରବିବାର ପାଇଁ ବ୍ୟାଙ୍କ୍‌ ବନ୍ଦ ରହିବ । ସେହିପରି 24 ତାରିଖରେ କ୍ରିସ୍‌ମାସ୍‌ ଫେଷ୍ଟିଭାଲ୍‌ ଓ 25 ତାରିଖ ବଡ ଦିନ ପାଇଁ ବନ୍ଦ ରହିବ । 26 ତାରିଖ ଦିନ ଚତୁର୍ଥ ଶନିବାର ପାଇଁ ବନ୍ଦ ରହିବ । 27 ତାରିଖ ରବିବାର ପଡୁଛି । ସେହିପରି 30 ତାରିଖ ଦିନ ୟୁ କି ଅଙ୍ଗ୍‌ ନାଙ୍ଗଓ୍ବାହ ଓ 31 ତାରିଖରେ ଇଅର୍ସ ଇଭ୍‌ ପାଇଁ ବ୍ୟାଙ୍କ ବନ୍ଦ ରହିବ ।  ତେଣୁ ଆପଣମାନେ ଆପଣଙ୍କ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ଡିସେମ୍ବର 12 ତାରିଖ ପୂର୍ବରୁ ସାରିବାକୁ ଚେଷ୍ଟା କରନ୍ତୁ । (ଏଜେନ୍ସି)

Related posts