ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୦୭ ଜଣ କରୋନା ଆକ୍ରାନ୍ତ

Published: Nov 29, 2020, 7:11 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୭୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଏବଂ କଟକରୁ ସର୍ବାଧିକ ୧୦୪ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କେନ୍ଦୁଝରରୁ ୫୮, ମୟୂରଭଞ୍ଜରୁ ୪୮, ଅନୁଗୁଳରୁ ୪୬, ଜଗତସିଂହପୁରରୁ ୪୨, କଳାହାଣ୍ଡିରୁ ୩୭, ନୂଆପଡାରୁ ୩୭, ସମ୍ବଲପୁରରୁ ୩୫, ସୁନ୍ଦରଗଡରୁ ୩୫, ବାଲେଶ୍ଵରରୁ ୩୩, କେନ୍ଦ୍ରାପଡାରୁ ୨୯, ବଲାଙ୍ଗିରିରୁ ୨୧, ଯାଜପୁରରୁ ୨୧, ଭଦ୍ରକରୁ ୧୯, ଝାରସୁଗୁଡାରୁ ୧୪, ଢେଙ୍କାନାଳରୁ ୧୩, ବରଗଡରୁ ୧୨, ଗଞ୍ଜାମରୁ ୧୧, କୋରାପୁଟରୁ ୧୦, ପୁରୀରୁ ୯, ଦେବଗଡରୁ ୮, କନ୍ଧମାଳରୁ ୬, ନବରଙ୍ଗପୁରରୁ ୫, ମାଲକାନଗିରିରୁ ୩, ନୟାଗଡରୁ ୩, ସୋନପୁରରୁ ୩, ବୌଦ୍ଧରୁ ୨, ରାୟଗଡାରୁ ୨ ଓ ଷ୍ଟେଟ୍ ପୁଲରୁ ୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୧ ହଜାର ୨୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୩୦୭ ମଧ୍ୟରୁ ୫ ହଜାର ୨୬୪ ଜଣ ଚିକିତ୍ସିଧୀନ ଥିବା ବେଳେ ୧୭୩୪ ଜଣ କରୋନାରେ ମୃତ୍ୟୁବରଣ କରଛନ୍ତି।

Related posts