
ଭୁବନେଶ୍ବର, 1973 ମସିହାର ଭାରତୀୟ ସୂଚନା ସେବା ଅଧିକାରୀ ଉମାକାନ୍ତ ମିଶ୍ର ଦୈନିକ ‘ସକାଳ’ ଖବରକାଗଜର ସଂପାଦକ ଭାବେ ଯୋଗଦେଇଛନ୍ତି। ସେ ଭାରତୀୟ ସୂଚନା ସେବାରୁ ଅବସର ନେବା ପରେ ଇଣ୍ଡିଆ ନ୍ୟୁଜ ଗ୍ରୁପର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। 26 ବର୍ଷ ସରକାରୀ ଚାକିରୀ କାଳରେ ଉମାକାନ୍ତ ପିଆବିର ନିର୍ଦ୍ଦେଶକ, ପ୍ରମୁଖ ମହାନିର୍ଦ୍ଦେଶକ, ଡିଏଭିପିର ମହାନିର୍ଦ୍ଦେଶକ, ରେଳବାଇର ମିଡିଆ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ଭୁବନେଶ୍ବରରୁ ପ୍ରକାଶ ପାଉଥିବା ସକାଳ ଦୈନିକ ଖବରକାଗଜର ସଂପାଦକ ଭାବେ ଯୋଗଦେଇଛନ୍ତି।
ଆସନ୍ତା ଡିସେମ୍ବର 1 ତାରିଖରେ ‘ସକାଳ’ ଖବର କାଗଜ ନବକଳେବର ହୋଇ ପ୍ରକାଶିତ ହେବାକୁ ଯାଉଛି।