ରାଜ୍ୟରେ ଆଜି ୪୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

Published: Nov 30, 2020, 11:37 am IST

ଭୁବନେଶ୍ବର: ରାଜ୍ୟରେ ଆଜି ୪୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୪୧ ଜଣ ଚିହ୍ନଟ ହୋଇଥିବାବେଳେ ୧୭୭ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ହଜାର ୭୨୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୧ ହଜାର ୨୫୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୬୭୭ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୩୪ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୨୮ ଟି ଜିଲ୍ଲାରୁ ମୋଟ୍‌ ୪୧୮ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ସର୍ବାଧିକ ୪୧ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୩୪, ବାଲେଶ୍ଵରରୁ ୧୯, ବରଗଡରୁ ୭, ଭଦ୍ରକରୁ ୪, ବଲାଙ୍ଗିରରୁ ୧୫, କଟକରୁ ୨୫, ଦେବଗଡରୁ ୨, ଢେଙ୍କାନାଳରୁ ୭,  ଗଞ୍ଜାମରୁ ୭, ଜଗତସିଂହପୁରରୁ ୧୬, ଯାଜପୁରରୁ ୨୦, ଝାରସୁଗୁଡାରୁ ୧୪, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୨, କେନ୍ଦ୍ରାପଡାରୁ ୧୯, କେଉଁଝରରୁ ୧୯, ଖୋର୍ଦ୍ଧାରୁ ୨୩, କୋରାପୁଟରୁ ୯, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୩୨, ନବରଙ୍ଗପୁରରୁ ୩, ନୂଆପଡାରୁ ୨୩,  ପୁରୀରୁ ୧୩, ରାୟଗଡାରୁ ୧୭,  ସମ୍ବଲପୁରରୁ ୧୭,ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୫ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

 

Related posts