ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷଭାଗ ଆଡକୁ ମହାକାଶରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଦୀର୍ଘ ବର୍ଷ ପରେ ମହାକାଶରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ପାଖାପାଖି ଚାରିଶହ ବର୍ଷ ପରେ ମହାକାଶରେ ଶନି ଓ ବୃହସ୍ପତିଙ୍କ ମହାମିଳନର ଦୃଶ୍ୟ ଦେଖିବାର ସୁଯୋଗ ମିଳିବ । ଡିସେମ୍ବର 21 ତାରିଖରେ ଏକ ବିରଳ ଚିତ୍ର ଦୃଶ୍ୟମାନ ହେବ । ଉଭୟ ଗ୍ରହ ମଧ୍ୟରେ ଦୂରତା ମାତ୍ର 0.1ଡିଗ୍ରୀ ରହିବ। ଉକ୍ତ ଦିନ ସୂର୍ଯେ୍ୟାଦୟ ହେବାର 1 ଘଣ୍ଟା ପରେ ଉତ୍ତର ପଶ୍ଚିମ ଦିଗବଳୟରେ ଟିକେ ଉପରେ ଏହା ଏକତ୍ର ଯୋଡ଼ି ହେବା ଭଳି ଦେଖାଯିବ । ଏହି ଦୃଶ୍ୟକୁ ଖାଲି ଆଖିରେ ଦେଖି ହେବ । ତେବେ ଛୋଟ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିଲେ ବୃହସ୍ପତି ଓ ଶନିର ମହାମିଳନ ସହ ଉଭୟ ଗ୍ରହର ଉପଗ୍ରହ ଇଓ, ୟୁରୋପା, ଗାଲିମେଡ଼, କାଲିଷ୍ଟୋ ଓ ଟାଇଟନ ମଧ୍ୟ ଦୃଶ୍ୟମାନ ହେବ ।1623 ମସିହା ଜୁଲାଇ 16 ତାରିଖରେ ଉଭୟ ବୃହସ୍ପତି ଓ ଶନି ଗ୍ରହ ମଧ୍ୟରେ ଦୂତା 0.01 ଡିଗ୍ରୀ ରହିଥିଲା । ତେଣୁ ଦୀର୍ଘ 400 ବର୍ଷ ପରେ ଆସନ୍ତା ଡିସେମ୍ବର 21 ତାରିଖରେ ଏହି ଦୃଶ୍ୟ ଦେଖିବାକୁ ମିଳିବ । ତେବେ ପ୍ରାୟ 20 ବର୍ଷରେ ଥରେ ଏହି ଦୁଇ ଗ୍ରହ ନିକଟତର ହୋଇଥା’ନ୍ତି । ଏହି ଦିନଟି ସବୁଠୁ ଛୋଟ ଦିବସ ମଧ୍ୟ ରହିବ । ଏହା ଦୁର୍ଲଭ ସଂଯୋଗକୁ ବୈଜ୍ଞାନିକମାନେ ଗ୍ରେଟ୍ କଞ୍ଜକସନ୍ର ନାମ ଦେଇଛନ୍ତି । (ଏଜେନ୍ସି)