ନୂଆଦିଲ୍ଳୀ : ବିବାହ ସମସ୍ତଙ୍କ ପାଇଁ ଖାସ୍ ହୋଇଥାଏ । ଏହି ଦିନ ସମେସ୍ତ ଦୁନିଆର ସବୁଠୁ ସୁନ୍ଦର ଦେଖାଯିବା ପାଇଁ ଚାହିଁଥାନ୍ତି । ବିବାହ ପୋଷାକ ହେଉ ଅବା ମେକଅପ୍ ସବୁଥିରେ କିଛି ନୂତନ ବା ଭିନ୍ନତା ଦେଖାଇବାକୁ ସମସ୍ତେ ଚେଷ୍ଟା କରିଥା’ନ୍ତି । ସେହିପରି ବିବାହ ପୋଷାକକୁ ନେଇ ସମେସ୍ତ ବେଶ୍ ଉତ୍ସାହିତ ରହିଥା’ନ୍ତି । ସୋସିଆଲ ମିଡିଆରେ ଏବେ ଏମିତି ଜଣେ ବଧୂଙ୍କ ବିବାହ ପୋଷାକ ଭାଇରାଲ୍ ହେଉଛି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଦିଲ୍ଳୀର ଏକ ବ୍ୟବସାୟୀ ସହିତ ବିବାହ କରିଥିବା ଏହି ବଧୂ ଜଣକ ହେଉଛନ୍ତି ମୂଳ ଭାରତୀୟ ।
ଭାରତୀୟ ଆମେରିକୀୟ ବ୍ୟବସାୟୀ ମହିଳା ତଥା 29 ବର୍ଷୀୟା ସଞ୍ଜନା ଋଷି ଭାରତ ଆସିବା ପୂର୍ବରୁ ଆମେରିକାର କର୍ପୋରେଟ୍ ଲୟର୍ ରୂପେ କାର୍ଯ୍ୟ କରୁଥିଲେ। ନିକଟରେ ସେ ଦିଲ୍ଲୀର ଜଣେ ବ୍ୟବସାୟ ଧ୍ରୁବ ମହାଜନଙ୍କୁ ବିବାହ କରିଛନ୍ତି । ତେବେ ଏହି ବିବାହରେ ସବୁଠୁ ଚର୍ଚ୍ଚାରେ ଥିଲା ତାଙ୍କ ବିବାହ ପୋଷାକ ।
ସଞ୍ଜନା ଓ ଧ୍ରୁବ ଆମେରିକାର ସେପ୍ଟେମ୍ବର ମାସରେ ବିବାହ କରିବାକୁ ଯୋଜନା କରିଥିବାବେଳେ ପୁନର୍ବାର ନଭେମ୍ବର ମାସରେ ପାରମ୍ପରିକ ଢଙ୍ଗରେ ଭାରତରେ ବିବାହ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ । କିନ୍ତୁ କରୋନା ଯୋଗୁଁ ତାଙ୍କର ଏହି ଇଚ୍ଛା ପୂରଣ ହୋଇପାରିନଥିଲା । ତେବେ ଦୁହେଁ ଦିଲ୍ଳୀରେ ସେପ୍ଟେମ୍ବର ମାସରେ ବିବାହ କରିଥିଲେ । ଏହି ବିବାହରେ ସଞ୍ଜନା ପିନ୍ଧିଥିବା ବିବାହ ପୋଷାକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ସଞ୍ଜନା ନିଜ ବିବାହ ଦିନ ବିବାହ ପୋଷାକରେ ପ୍ୟାଣ୍ଟ୍ ଓ ସୁଟ୍ ପିନ୍ଧିଥିଲେ । ବୋଲ୍ଡ ବ୍ରାଇଡାଲ୍ ଲୁକ୍ରେ ନଜର ଆସିଥିଲେ ସଞ୍ଜନା । ସୁଟ୍ ଓ ପ୍ୟାଣ୍ଟ୍ ସହ ବିବାହ ଚୁନ୍ରୀ ଓ ମାଙ୍ଗ୍ଟିକା ଓଙ ଅଲଙ୍କାର ପିନ୍ଧିଥିଲେ ସଞ୍ଜନା । ସଞ୍ଜନା ଏହି ଫଟୋ ଇନ୍ଷ୍ଟାଗ୍ରାରେ ସେୟାର କରିବା ପରେ ଲୋକେ ଏହି ଫଟୋକୁ ବେଶ୍ ପ୍ରଶଂସା କରିବା ସହିତ କେହି କେହି ଏହି ଫଟୋକୁ ବୋଲ୍ଡ ଲୁକ୍ ବୋଲି କମେଣ୍ଟ ଦେଇଛନ୍ତି।
ସଞ୍ଜନାଙ୍କୁ ପ୍ୟାଣ୍ଟ୍ ଓ ସୁଟ୍ ବହୁତ ପସନ୍ଦ । ସେ ଏହି ପୋଷାକରେ ନିଜକୁ ବେଶ୍ ସହଜ ଅନୁଭବ କରିଥା’ନ୍ତି । ତେବେ ବିବାହରେ ପିନ୍ଧିଥିବା ପ୍ୟାଣ୍ଟ୍ ଓ ସୁଟ୍କୁ ସେ ଇଟାଲୀରୁ କିଣିଥିଲେ । (ଏଜେନ୍ସି)