ଜୟପୁର: ରାଜସ୍ଥାନର ରାଜସମନ୍ଦରୁ ବିଜେପି ବିଧାୟିକା କିରଣ ମାହେଶ୍ବରୀଙ୍କ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ପରଲୋକ ହୋଇଯାଇଛି। କିଛି ଦିନ ତଳେ ତାଙ୍କ ରିପୋର୍ଟ କରୋନା ରିପୋର୍ଟ ପଜିଟିଭ ଆସିଥିଲା,ଯାହା ପରେ ତାଙ୍କୁ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କ ଚିକିତ୍ସା ଚାଲିଥିଲା। ତାଙ୍କ ବିୟୋଗରେ ଶୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରି ଟୁଇଟ୍ କରିଛନ୍ତି । ସେହିପରି ବିଜେପି ବିଧାୟିକା କିରଣ ମାହେଶ୍ବରୀଙ୍କ ପରଲୋକରେ ଲୋକସଭା ଅଧ୍ୟକ୍ଷ ଓମ୍ ବିରଲା ଶୋକ ପ୍ରକାଶ କରିଛନ୍ତି।