ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଜବରଦସ୍ତି ଧର୍ମ ପରିବର୍ତ୍ତନ ବିରୋଧରେ ଅଧ୍ୟାଦେଶ ପାରିତ ହେବା ପରେ ରାଜ୍ୟରେ ଲଭ୍ ଜିହାଦ୍ର ଆଉ ଏକ ମାମଲା ସାମ୍ନାକୁ ଆସିଛି । ପୂର୍ବରୁ ନଭେମ୍ବର 29 ତାରିଖରେ ବରେଲୀର ଇଜ୍ଜତନଗରଠାରେ ଏକ ମାମଲା ସାମ୍ନାକୁ ଆସିଥିଲା । ମିଳିଥିବା ସୂଚନା ଅନୁସାରେ ଏହି ମାମଲାରେ ନାମ ଓ ଧର୍ମକୁ ଲୁଚାଇ ବିବାହ କରାଯାଇଛି । ଯୁବତୀଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସୂଚନାଅନୂସାରେ ଉତ୍ତରପ୍ରଦେଶରେ ଶନିବାର ଦିନ ରାଜ୍ୟପାଳ ଆନନ୍ଦୀ ବେନ ପଟେଲଙ୍କ ଦ୍ୱାରା ଲଭଜିହାଦ ଉପରେ ଅଧ୍ୟାଦେଶ ଜାରି କରାଯାଇଥିଲା । ନଭେମ୍ବର 24 ତାରିଖରେ ଉତ୍ତରପ୍ରଦେଶ କ୍ୟାବିନେଟ୍ ଲଭ୍ ଜିହାଦ୍ ବିରୋଧରେ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଥିଲେ ।
ଏହି ବିଲ୍ଟି ଆଇନ୍ରେ ପରିଣତ ହେବା ପରେ ମିଥ୍ୟା, ଜବରଦସ୍ତି, ପ୍ରଭାବ ଦେଖାଇ ଅଥବା ଧମକାଇ କିମ୍ବା ଲାଞ୍ଚ ଦେଇ ବିବାହ ନିମେନ୍ତ ଧର୍ମ ପରିବରତ୍ତନ କରାଗଲେ, ଏହା ଅପରାଧ ଶ୍ରେଣୀ ଭୁକ୍ତ ହେବ । ଏହି ନିୟମ ଅନୁଯାୟୀ ଏଭଳି କେସ୍ରେ କୌଣସି ଲୋକ ଦାୟୀ ରହିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ 10ବର୍ଷ ଜେଲ୍ ଦଣ୍ଡାଦେଶର ଆଦେଶ ରହିଛି । ସେହିପରି ଯଦି ବିବାହ ପାଇଁ କୌଣସି ଝିଅର ଧର୍ମ ପରିବତ୍ତନ କରାଯାଉଛି, ତାହା ମଧ୍ୟ ଅବୈଧ ଧରାଯିବ । (ଏଜେନ୍ସି)