ମୁମ୍ବାଇ : ଦିବଙ୍ଗତ ସାମାଜିକ କର୍ମୀ ବାବା ଆମତେଙ୍କ ନାତୁଣୀ ତଥା ଆନନ୍ଦବନ ମହାରୋଗୀ ସେବା ସମିତିର ସିଇଓର ଡାକ୍ତର ଶୀତଲ୍ ଆମ୍ତେ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟାର କାରଣ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ମହାରାଷ୍ଟ୍ରର ଚନ୍ଦପୁର ଜିଲ୍ଲାରେ ନିଜ ଘରେ ଶୀତଲ୍ ଆତ୍ମହତ୍ୟା କରିଛନ୍ତି । ତେବେ ପାରିବାରିକ କଳହ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି । ତେବେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଏହାର ତଦନ୍ତ ଜାରି ରଖିଛି । ବିଷାକ୍ତ ଇଂଜେକସନ୍ର ବ୍ୟବହାର ଦ୍ବାରା ଶୀତଲ୍ଙ୍କ ଆତ୍ମହତ୍ୟା ହୋଇଥିବାର ଖବର ରହିଛି । 2016 ମସିହା ଜାନୁଆରୀ ମାସରେ ବିଶ୍ବ ଆର୍ଥିକ ମଞ୍ଚ ଦ୍ବାରା ‘ୟଙ୍ଗ୍ ଗ୍ଲୋବାଲ୍ ଲିଡର୍ 2016’ ରୂପେ ମନୋନୀତ ହୋଇଥିଲେ । (ଏଜେନ୍ସି)