Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚର୍ଚ୍ଚାରେ ନିମନ୍ତ୍ରଣ ପତ୍ର : ଝିଅ ବାହାଘର କାର୍ଡରେ ପିତାର ନିଆରା ସନ୍ଦେଶ
ଆଜିର ଖବର

ଚର୍ଚ୍ଚାରେ ନିମନ୍ତ୍ରଣ ପତ୍ର : ଝିଅ ବାହାଘର କାର୍ଡରେ ପିତାର ନିଆରା ସନ୍ଦେଶ

November 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କନୌଜ : ବିବାହରେ ନିମନ୍ତ୍ରଣ କାର୍ଡ ବିଶେଷ ଭୂମିକା ନିର୍ବାହ କରିଥାଏ । ଏହି କାର୍ଡରେ ବର-ବଧୂ ତଥା ତାଙ୍କ ପରିବାରର ପରିଚୟ ରହିଥଶଏ । ଆଜିକାଲି ବଜାରରେ ଭିନ୍ନ ଭିନ୍ନଧରଣର ନିମନ୍ତ୍ରଣ କାର୍ଡ ଉପଲବ୍ଧ । ତେବେ ଉତ୍ତରପ୍ରଦେଶରେ ଏକ ବିବାହ କାର୍ଡକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଏହି ବିବାହ କାର୍ଡଟିକୁ ଜଣେ ପିତା ତାଙ୍କ ଝିଅର ବିବାହ ଉଦ୍ଦେଶ୍ୟରେ ଛାପିଛନ୍ତି । ତେବେ ଏହି ବିବାହ କାର୍ଡରେ ଥିବା ବାର୍ତ୍ତା ଏବେ ବେଶ୍‌ ଭାଇରାଲ୍‌ ହୋଇଛି । ଏହି କାର୍ଡରେ ପିତା ଜଣକ ନିମନ୍ତ୍ରଣ ପତ୍ରରେ ବିବାହ ସମ୍ବନ୍ଧୀୟ ସୂଚନା ଦେବା ସହିତ ସାମାଜିକ ବାର୍ତ୍ତା ମଧ୍ୟ ଦେଇଛନ୍ତି । ଏହି ବିବାହ କାର୍ଡରେ ମଦ୍ୟପାନ କରନ୍ତୁ ନାହିଁ ବୋଲି ଏକ ବାର୍ତ୍ତା ଲେଖା ହୋଇଛି । ଜଣେ ପିତାର ଦାୟିତ୍ବ ସହ ସାମାଜିକ ଦାୟିତ୍ବ ନିର୍ବାହ କରିଛନ୍ତି ବ୍ୟକ୍ତିଜଣକ । ତାଙ୍କର ଏପରି ଅନନ୍ୟ ଉଦ୍ୟମ ଦେଖି ଲୋକେ ବେଶ୍‌ ପ୍ରଶଂସା କରିଛନ୍ତି ।

କନୌଜର ତାଲଗ୍ରାମର ଅବଧେଶ ଚନ୍ଦ୍ର ଜଣକ ନିଜ ଝିଅର ବିବାହ କାର୍ଡରେ ଏପରି ଏକ ବାର୍ତ୍ତା ଛାପିଛନ୍ତି । ସେ କହିଛନ୍ତି ଯେ, ବିବାହରେ ପ୍ରାୟ ସମୟରେ ମଦ ନିଶା ଯୋଗୁଁ ବହୁ ବ୍ୟାଘାତ ସୃଷ୍ଟି ହୋଇଥାଏ । ବିବାହ ପରି ଏକ ମାଙ୍ଗଳିକ କାର୍ଯ୍ୟଗୁଡିକ ମଦ ନିଶା ଯୋଗୁଁ ନଷ୍ଟ ହୋଇଟାଇଥାଏ । ଏଥିପାଇଁ ସେ ବିବାହ ନିମନ୍ତ୍ରଣ ପତ୍ରରେ ଏପରି ଏକ ସନ୍ଦେଶ ଦେଇଛନ୍ତି ।

ସାଧାରଣତଃ ବିବାହରେ ମଦ ତଥା ନିଶା ଦ୍ରବ୍ୟର ବ୍ୟବହାର ବହୁଳ ପରିମାଣରେ ହୋଇଥାଏ । ଅବଧେଶଙ୍କ ଏପରି ଉଦ୍ୟମ ଯୋଗୁଁ  ବାହାଘରରେ ମାଦ୍ରକ ଦ୍ରବ୍ୟ ସେବନକୁ କିଛି ମାତ୍ରାରେ ବନ୍ଦ କରି ହେବ ବୋଲି ଜଣାପଡୁଛି । ଅବଧେଶଙ୍କ ଏପରି ନିଆରା ଉଦ୍ୟମ ଏବେ ପ୍ରଶଂସା ସାଉଁଟୁଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଡିଏଭି ପୋଖରୀପୁଟର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ

May 2, 2026

ମହାରାଷ୍ଟ୍ର ରାଜନୀତିରେ ଉଷ୍ମତା : ଏମଭିଏରେ ଯୋଗ ଦେଇପାରେ ଅଜିତ ପାୱାରଙ୍କ ଗୋଷ୍ଠୀ!

May 2, 2026

ସୁନା ଓ ରୂପା ମୂଲ୍ୟରେ ପରିବର୍ତ୍ତନ: ଜାଣନ୍ତୁ ଆପଣଙ୍କ ସହରର ମୂଲ୍ୟ 

May 2, 2026

ଜିତୁ ମୁଣ୍ଡା ଘଟଣା : ନିର୍ମଳାଙ୍କୁ ଚିଠି ଲେଖିଲେ ନବୀନ

May 2, 2026
Latest News

ଡିଏଭି ପୋଖରୀପୁଟର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ

May 2, 2026

ମହାରାଷ୍ଟ୍ର ରାଜନୀତିରେ ଉଷ୍ମତା : ଏମଭିଏରେ ଯୋଗ ଦେଇପାରେ ଅଜିତ ପାୱାରଙ୍କ ଗୋଷ୍ଠୀ!

May 2, 2026

ସୁନା ଓ ରୂପା ମୂଲ୍ୟରେ ପରିବର୍ତ୍ତନ: ଜାଣନ୍ତୁ ଆପଣଙ୍କ ସହରର ମୂଲ୍ୟ 

May 2, 2026

ଜିତୁ ମୁଣ୍ଡା ଘଟଣା : ନିର୍ମଳାଙ୍କୁ ଚିଠି ଲେଖିଲେ ନବୀନ

May 2, 2026

ଯାଜପୁର ମେଡିକାଲରେ ଉତ୍ତେଜନା

May 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.