ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୮୦୯ ଜଣ କରୋନା ଆକ୍ରାନ୍ତ

Published: Nov 30, 2020, 7:04 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୮୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସୁନ୍ଦରଗଡରୁ ସର୍ବାଧିକ ୮୨ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୮୧, ବାଲେଶ୍ଵରରୁ ୬୧, ମୟୂରଭଞ୍ଜରୁ୫୩, କେନ୍ଦୁଝରରୁ ୫୧, ନୂଆପଡ଼ାରୁ ୫୧, କଟକରୁ ୪୭, ଜଗତସିଂହପୁରରୁ ୪୪, ସମ୍ବଲପୁରରୁ ୪୦, କେନ୍ଦ୍ରାପଡାରୁ ୩୮, ଅନୁଗୁଳରୁ ୩୪, ବରଗଡରୁ ୩୦, ବଲାଙ୍ଗିରିରୁ ୨୭, ଝାରସୁଗୁଡାରୁ ୨୧, ପୁରୀରୁ ୨୦, ଯାଜପୁରରୁ ୧୭, କଳାହାଣ୍ଡିରୁ ୧୩, ଢେଙ୍କାନାଳରୁ ୧୨, ନବରଙ୍ଗପୁରରୁ ୯, ନୟାଗଡରୁ ୯, ରାୟଗଡାରୁ ୯, ମାଲକାନଗିରିରୁ ୮, ଭଦ୍ରକରୁ ୭, ଗଞ୍ଜାମରୁ ୬, ବୌଦ୍ଧରୁ ୫, କନ୍ଧମାଳରୁ ୫, କୋରାପୁଟରୁ ୫, ଦେବଗଡରୁ ୪, ଗଜପତି ୩, ସୋନପୁରରୁ ୧ ଓ ଷ୍ଟେଟ୍ ପୁଲରୁ ୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୨ ହଜାର ୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୭୨୫ ମଧ୍ୟରୁ ୪ ହଜାର ୮୬୮ ଜଣ ଚିକିତ୍ସିଧୀନ ଥିବା ବେଳେ ୧୭୩୯ ଜଣ କରୋନାରେ ମୃତ୍ୟୁବରଣ କରଛନ୍ତି।

Related posts