ଆଜି ରାଜ୍ୟରୁ ସୁସ୍ଥ ହେଲେ ୬୬୯ ଜଣ କରୋନା ଆକ୍ରାନ୍ତ

Published: Dec 1, 2020, 7:15 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୬୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ମୟୂରଭଞ୍ଜରୁ ସର୍ବାଧିକ ୮୨ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୮, ସୁନ୍ଦରଗଡରୁ ୫୭, କେନ୍ଦୁଝରରୁ ୪୮, ଝାରସୁଗୁଡାରୁ ୪୭, ଅନୁଗୁଳରୁ ୪୪, କଟକରୁ ୪୦, ଜଗତସିଂହପୁରରୁ ୩୮, କେନ୍ଦ୍ରାପଡାରୁ ୩୧, ଯାଜପୁରରୁ ୨୮, ବରଗଡରୁ ୨୭, ନୂଆପଡାରୁ ୨୪, ସମ୍ବଲପୁରରୁ ୨୩, କଳାହାଣ୍ଡିରୁ ୨୦, ବାଲେଶ୍ଵରରୁ ୧୮, ବଲାଙ୍ଗିରିରୁ ୧୬, ଗଞ୍ଜାମରୁ ୧୩, ନବରଙ୍ଗପୁରରୁ ୧୨, ଭଦ୍ରକରୁ ୭, ପୁରୀରୁ ୭, ବୌଦ୍ଧରୁ ୬, ନୟାଗଡରୁ ୫, ସୋନପୁରରୁ ୫, ଢେଙ୍କାନାଳରୁ ୪, ମାଲକାନଗିରିରୁ ୪, କନ୍ଧମାଳରୁ ୩, କୋରାପୁଟରୁ ୩, ଦେବଗଡରୁ ୨, ରାୟଗଡାରୁ ୧ ଓ ଷ୍ଟେଟ୍ ପୁଲରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୨ ହଜାର ୭୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ୧୦୩ ମଧ୍ୟରୁ ୪ ହଜାର ୫୭୨ ଜଣ ଚିକିତ୍ସିଧୀନ ଥିବା ବେଳେ ୧୭୪୪ ଜଣ କରୋନାରେ ମୃତ୍ୟୁବରଣ କରଛନ୍ତି।

Related posts