ଗତ 24 ଘଣ୍ଟା ମଧ୍ୟରେ ଦେଶରେ ସୁସ୍ଥ ହେଲେ 41,985 ଜଣ କରୋନା ଆକ୍ରାନ୍ତ

Published: Dec 1, 2020, 10:12 pm IST

ନୂଆଦିଲ୍ଲୀ: ଗତ 24 ଘଣ୍ଟା ମଧ୍ୟରେ ଦେଶରେ 31,118 ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ 41,985 ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ମୋଟ 88,89,585 ଜଣ ସୁସ୍ଥ ହୋଇଥିବା ବେଳେ ସୁସ୍ଥତା ହାର 93.94% ରହିଛି। ଭାରତରେ ସକ୍ରିୟ କରୋନା ମାମଲା ଆଜି 4,35,603କୁ ହ୍ରାସ ପାଇଛି, ଯାହାକି 5 ଲକ୍ଷରୁ କମ୍।

ଦୈନିକ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ନୂଆ ପଜିଟିଭ୍ ମାମଲା ତୁଳନାରେ ଅଧିକ ରହୁଥିବାରୁ ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି। ଗତ 24 ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ 11,349 ହ୍ରାସ ପାଇଛି।

କେରଳରୁ ଗୋଟିଏ ଦିନରେ ସର୍ବାଧିକ 6,055 ଜଣ ସୁସ୍ଥ ହୋଇଛନ୍ତି। ଏହା ପଛକୁ ଦିଲ୍ଲୀରେ 5,824 ଜଣ ସୁସ୍ଥ ହୋଇଛନ୍ତି।

Related posts