ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୬୦ ଜଣ କରୋନା ଆକ୍ରାନ୍ତ

Published: Dec 2, 2020, 7:38 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୬୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ମୟୂରଭଞ୍ଜରୁ ସର୍ବାଧିକ ୫୬ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୫୫, ଖୋର୍ଦ୍ଧାରୁ ୫୪, ସୁନ୍ଦରଗଡରୁ ୪୬, ବଲାଙ୍ଗିରିରୁ ୪୨, ଜଗତସିଂହପୁରରୁ ୩୯, ବାଲେଶ୍ଵରରୁ ୩୮, କଟକରୁ ୩୮, କେନ୍ଦୁଝରରୁ ୩୭, ଝାରସୁଗୁଡାରୁ ୨୮, କେନ୍ଦ୍ରାପଡାରୁ ୨୬, ନୂଆପଡ଼ାରୁ ୨୬, ପୁରୀରୁ ୨୩, ସମ୍ବଲପୁରରୁ ୨୩, ବରଗଡରୁ ୧୭, ଯାଜପୁରରୁ ୧୭, ଢେଙ୍କାନାଳରୁ ୧୬, ଭଦ୍ରକରୁ ୧୫, କଳାହାଣ୍ଡିରୁ ୧୧, ମାଲକାନଗିରିରୁ ୮, ନବରଙ୍ଗପୁରରୁ ୮, ଦେବଗଡରୁ ୪, ଗଞ୍ଜାମରୁ ୪, କୋରାପୁଟରୁ ୪, ରାୟଗଡାରୁ ୪, କନ୍ଧମାଳରୁ ୩, ନୟାଗଡରୁ ୩, ଗଜପତିରୁ ୨, ସୋନପୁରରୁ ୨ ଏବଂ ଷ୍ଟେଟ୍ ପୁଲରୁ ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୩ ହଜାର ୩୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ୫୮୩ ମଧ୍ୟରୁ ୪ ହଜାର ୩୮୬ ଜଣ ଚିକିତ୍ସିଧୀନ ଥିବା ବେଳେ ୧୭୫୦ ଜଣ କରୋନାରେ ମୃତ୍ୟୁବରଣ କରଛନ୍ତି।

Related posts